ଜନାର୍ଦ୍ଦନପୁର ସରପଂଚ ବିଜେପି ରେ ମିଶିବା ବା ମିଶାଇଵା କାହା ସ୍ୱାର୍ଥରେ ?

କଟକ ସଦର, ୧୩ /୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ଜନାର୍ଦ୍ଦନପୁର ସରପଂଚ ବିଶ୍ଵ ଭୁଷଣ ନାୟକ ନିକଟରେ ବିଜେଡ଼ି ଛାଡ଼ି ବିଜେପି ରେ ମିଶିବା ବା ମିଶାଇବା କାହା ସ୍ୱାର୍ଥରେ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ଶ୍ରୀ ନାୟକ ଅତିତରେ ବରିଷ୍ଠ ବିଜେଡି ନେତା ସ୍ୱର୍ଗତ କାଳିନ୍ଦୀ ବେହେରା ଙ୍କ ଧରମ ପୁଅ ଓ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଧରମ ଭାଇ ହୋଇ ବିଜେଡ଼ି ପାଇଁ ଜାନ୍ ଲଗାଇ କାମକରି ବିଜେପି କୁ ନାହିଁ ନଥିବା ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଆସୁଥିଲା। ହେଲେ ଏଵେ ନିର୍ବାଚନ ସରିବାର ମାସ କେଇଟା ନପୁରୁଣୁ ଏଵଂ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥି ହାରିବା ପରେ ବିଶ୍ୱଭୂଷଣ ବିଜେପି ରେ ମିଶିବା ବା ମିଶାଇଵା କୁ ନେଇ ବିଜେପି କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯେଉଁଥିପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ବିଜେଡ଼ି ନେତାମାନେ ତାଙ୍କର ଏତାଦୃଶ ସୁବିଧାଵାଦୀ କାର୍ଯ୍ୟକୁ ନାପସନ୍ଦ କରି ତୀବ୍ର ନିନ୍ଦା କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସୁପାରିଶ ରେ ଶ୍ରୀ ନାୟକଙ୍କ ଜନୈକା ଭଉଣୀ କିଶନନଗର କଲେଜରେ ବେଆଇନ ଭାବେ ଅସ୍ଥାୟୀ କନିଷ୍ଠ କିରାଣୀ ନିଯୁକ୍ତି ପାଇଥିବା ବେଳେ ଚାକିରି ଚାଲିଯିବା ଭୟରେ ସିଏ ବର୍ତମାନର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଶରଣାପନ୍ନ ହୋଇ ବିଜେପି ରେ ଯୋଗଦେଇ ଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ ଏହି ମିଶ୍ରଣ କି ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *