କଟକ ସଦର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ‘ ଆମ ଓଡ଼ିଶା ନବୀନ ଓଡ଼ିଶା” ଜନାଭୀମୂଖି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ କଟକ ସଦର ବ୍ଲକରେ ଅନିୟମିତତା ମଧ୍ୟରେ ତାହା କରାଯାଉଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ କରାଯାଉଥିବା ପ୍ରକଳ୍ପ ଗୁଡିକ ବିଭାଗୀୟ ଯନ୍ତ୍ରୀମାନେ ଏଜେନ୍ସି ସାଜି କରୁଥିବା ଵେଳେ ଅଧିକ ମୁନାଫା ପାଇଁ ସଵୁ ନୀତି ନିୟମକୁ ଅଣଦେଖା କରୁଥିବା ଜଣାପଡିଛି। ପ୍ରକଳ୍ପ ହେଉଥିବା ସ୍ଥାନକୁ ଜିଇଓ ଟ୍ୟାଗିଙ୍ଗ୍ କରାଯିଵା ବାଧ୍ୟତାମୂଳକ ହୋଇଥିବା ବେଳେ ଅନେକ ସ୍ଥାନରେ ତାହାକୁ କରାଯାଇନଥିବା ଅଭିଯୋଗ ହେଉଛି। ପ୍ରକଳ୍ପ ଗୋଟିଏ ଜାଗାରେ ଜମିର କାଗଜପତ୍ର ଆଉ ଗୋଟିଏ ଜାଗାରେ ଵୋଲି ଜଣାପଡିଛି। ଯାହାର ତାଲିକା ପ୍ରସ୍ତୁତ କରାଯାଇ ଭିଜିଲାନ୍ସକୁ ଦିଆଯିବାକୁ ମସୁଧା ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ସେହିପରି ଅନେକ ପ୍ରକଳ୍ପର ଛାତର ମୋଟେଇ କୁ ଯଥେଷ୍ଟ କମେଇ ଦିଆଯାଇ ତାକୁ ପଲସ୍ତରା କରି ଲୁଚାଇ ଦିଆଯାଇଥିବା ଜଣାପଡିଛି। ଏହି ସଵୁ ଅନିୟମିତତା ପାଇଁ ଉକ୍ତ ଯୋଜନା କିପରି ସଫଳ ହେଵ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଟକ ସଦର ବ୍ଲକରେ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ
