ନିରାକାରପୁର, ୦୫/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋରଧା ନିର୍ବାଚନମଣ୍ଡଳୀ ଧଉଳିମୁହଁ ଗ୍ରା. ପ. ବାରଘରପାଟଣା ର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇ ଘର ସମସ୍ତ ଆସବାବପତ୍ର, ଆୟ ଅଳଙ୍କାର, ଧାନ, ଚାଉଳ, ବାସନ କୁସନ ଏପରିକି ପିନ୍ଧାଲୁଗା ପୋଡି ଭସ୍ମ ହୋଇଯାଇଅଛି । ଉକ୍ତ ପରିବାର ବର୍ତ୍ତମାନ ସମ୍ପୂର୍ଣ୍ଣ ବେସାହାରା ଅବସ୍ଥାରେ ଖୋଲା ଆକାଶ ତଳେ ଅତି ଦୁର୍ଦ୍ଦିନ ସମୟ ଅତିବାହିତ କରୁଛନ୍ତି । ଏହି ଦୁଃଖଦ ଖବର ପାଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ତୁରନ୍ତ ଘଟଣା ସ୍ଥଳକୁ ଯାଇ ଉକ୍ତ ପରିବାର ର ଦୁଃଖଦେଖି ସେମାନଙ୍କ ଦୁଃଖରେ ସହ ଦୁଃଖୀ ହେବାସହ ଆର୍ଥିକ ସହଯୋଗ ର ହାତ ବଢ଼ାଇଥିଲେ । ଶ୍ରୀମତୀ ମହାପାତ୍ର ଙ୍କର ଏହି ଭଳି ସମାଜ ସେବାପାଇ ସାଧାରଣରେ ସେ ଭୂୟସୀ ପ୍ରଶଂସା ର ପାତ୍ରୀ ହୋଇଛନ୍ତି ।