ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟର ଚତୁର୍ଥ ଲିଗମ୍ୟାଚ

ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ-ବି ଦ୍ୱିତୀୟ ସେମିଫାଇନାଲ୍ ରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ସୁରଜ ସ୍ପୋଟିଙ୍ଗ କ୍ଲବକୁ ଭେଟିବ ।
କେନ୍ଦ୍ରାପଡା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ଜାତୀୟ ସ୍ତରୀୟ ପଂଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ର ଗ୍ରୁପ-ବି ଚତୁର୍ଥ ଲିଗ୍ ମ୍ୟାଚ୍ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ମୁଖ୍ୟଅତିଥି ଓ କଂଗ୍ରେସ ନେତ୍ରୀ ଦେବଶ୍ମିତା ଶର୍ମା, କଂଗ୍ରେସ ନେତା ସମ୍ରାଟ ଜେନା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କଂଗ୍ରେସ ସଂଖ୍ୟାଲଘୁ ନେତା ସୟଦ ଅବଦୁଲ ସତାର, ବିଜେପି ନେତା ଦୁର୍ଯେ୍ୟାଧନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଚତୁର୍ଥ ଲିଗ୍ ମ୍ୟାଚକୁ ଉଦଘାଟନ କରିଥିଲେ । ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ଶୁଭେଛା ଜଣାଇଥିଲେ । ଚତୁର୍ଥ ଲିଗ ମ୍ୟାଚରେ କେନ୍ଦ୍ରାପଡାର ସୁରଜ କ୍ଲବ ବିହାର ବକ୍ସରର ମା’କାମାକ୍ଷା ସ୍ପୋର୍ଟସ କ୍ଲବକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍ କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ । ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ-ବି ଦ୍ୱିତୀୟ ସେମିଫାଇନାଲ୍ ରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ସୁରଜ ସ୍ପୋଟିଙ୍ଗ କ୍ଲବକୁ ଭେଟିବ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଧିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ ପ୍ରମୁଖ ମଂଚାସୀନ ଥିଲେ । କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *