ଖୋର୍ଦ୍ଧା ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସହାୟତା ବଣ୍ଟନ ଶିବିର

ଭୁବନେଶ୍ୱର, ୦୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆଜି ତା.୦୪।୦୩।୨୪ରିଖରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ୟ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରି ଚାଳିତ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ରେଡ଼କ୍ରସ ଭବନ,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ଶ୍ରୀମୟି ସ୍ଵାତୀ ସ୍ନିଗ୍ଧା ମିଶ୍ରଙ୍କ ଦ୍ଵାରା ନିମ୍ନଲିଖିତ ସହାୟତା ରାଶି ପ୍ରଦାନ କରା ଯାଇଅଛି।
୧) ମୃତ୍ୟୁ କାଳୀନ ସହାୟତା ୧୨୯ ଜଣଙ୍କୁ ୨,୫୨,,୦୦,୦୦୦/- ଟଙ୍କା
୨) ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୧୧୮ ଜଣଙ୍କୁ ୫,୯୦,୦୦୦/- ଟଙ୍କା
୩)ବିବାହ କାଳୀନ ସହାୟତା।- ୧୮୧ ଜଣଙ୍କୁ ୮୯,୫୦,୦୦୦/-ଟଙ୍କା
୪)ଶିକ୍ଷା ସହାୟତା ୩୬୫ ଜଣଙ୍କୁ -୨୬,୧୪,୨୦୦/- ଟଙ୍କା
୫)ପ୍ରସବ କାଳୀନ ସହାୟତା – ୫୫ ଜଣଙ୍କୁ- ୫,୫୦,୦୦୦/ ଟଙ୍କା
ସର୍ବମୋଟ ୮୪୮ ଜଣଙ୍କୁ ୩,୭୯,୦୪,୨୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି ।
୬) ନୂତନ ପଞ୍ଜିକରଣ -୧୭୫ନିର୍ମାଣ ଶ୍ରମିକଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ।
ଏହି ଶିବିରରେ ପ୍ରଭାଗୀୟ ଶ୍ରମଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ ଶ୍ରମିକମାନଙ୍କୁ ସ୍କିମ ବିଷୟରେ ଅବଗତ କରାଇଥିଲେ । ସହକାରୀ ଶ୍ରମ ଅଧିକାରୀ ଅର୍ଚ୍ଚନା ନାୟକ, ପ୍ରଜ୍ଞା ପରିଡ଼ାଙ୍କ ସହିତ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶିବପ୍ରସାଦ ମହାପାତ୍ର ଓ ବିଜୟ କୁମାର ବରାଳ ହିତାଧିକାରୀଙ୍କ ସହାୟତା ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ଵାଳ ସଂଚାଳନ କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ଦେବଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *