ପାଟକୁରା ବିଧାନସଭା ପାଇଁ ବିଜୟ ପରିଡାଙ୍କ ନାମ ଦାବିକଲା ଯାଦବ ମହାସଭା

କେନ୍ଦ୍ରାପଡ଼ା, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଯାଦବ ମହାସଭାର ଗରାପୁରସ୍ଥିତ ଜିଲା ମୁଖ୍ୟ କାର୍ଯ୍ୟଳୟରେ ଜିଲା କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ମାନେ ନିର୍ବାଚନରେ ଭାଗ ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପାର୍ଥôମାନେ ଆବେଦନ କରିଥିବା ଆବେଦନ ପତ୍ରକୁ ସ୍କ୍ରିନିଂ କମିଟି କୁ ପଠାଯାଇଥିଲା । ସ୍କ୍ରିନିଂ କମିଟି ଠାରୁ ସୁପାରିଶ ପାଇଲା ପରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ଆଇନୀଜୀବୀ, ପଛୁଆବର୍ଗଙ୍କ ନେତା , ଆର. ଏମ. ସି. ର ଉପାଧ୍ୟକ୍ଷ ତଥା କୃଷକନେତା ବିଜୟ କୁମାର ପରିଡାଙ୍କ ନାମକୁ ଉତ୍କଳ ଯାଦବ ମହାସଭାର ସଭାପତି ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୁପାରିସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ଯାଦବ ମହାସଭାର ସୁପାରିସ ପାଇବା ପରେ ଉତ୍କଳ ଯାଦବ ମହାସଭାର ସଭାପତି ଆଶ୍ରିର୍ବାଦ ବେହେରା ପାଟକୁରା ବିଧାନସଭା ଆସନ ପାଇଁ ବିଜୟ କୁମାର ପରିଡାଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ମହାସଭା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *