କଟକ ସଦର ,୦୪/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି ସୋମବାର ଦିନ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜଙ୍କର ଏକ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୬୦ ରୁ ଅଧିକ ବିଭାଗର ଅଧିକାରୀମାନଙ୍କ ସମେତ କଟକ ସଦର ଉପ ଜିଲ୍ଲାପାଳ କମଲଜିତ୍ ଦାସ, କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, କଟକ ସଦର ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ, ନିଶ୍ଚିନ୍ତକୋଇଲି ଅତିରିକ୍ତ ଵିଡିଓ ଅଶୋକ କୁମାର ମହାନ୍ତି, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ରଂଜନ ପ୍ରଧାନ
ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ୫୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୁପାରିସ କରିଥିବା ଜଣାଯାଇଛି। ଶିବିର ପରିଚାଳନାରେ ତହସିଲର ଓ ଆରଆଇ ସର୍କଲର ସମସ୍ତ କର୍ମଚାରୀଙ୍କ ସମେତ ତହସିଲଦାର ମଧୁସୂଦନ ନାୟକ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ସୁପରଭାଇଜର ଯୋଗିନାଥ ମହାନ୍ତି, ସୈ।ଦାମିନୀ ନାୟକ, ପ୍ରତିଭା ବେହେରା ପ୍ରମୁଖ ସହାୟତା କରିଥିଲେ।
କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ,୫୭ ଅଭିଯୋଗ ପଞ୍ଜିକୃତ
