ଆମ ସଂକଳ୍ପ ସଚେତନତା ରଥ ର ଶୁଭାରମ୍ଭ

ଜଗତସିଂହପୁର,୦୩/୦୬/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ସଚେତନତା ରଥକୁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଶୁଭାରମ୍ଭ କରିଛନ୍ତି। ଏହି  ରଥ ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଏବଂ ପୌରାଞ୍ଚଳ ବୁଲି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଲୋକଙ୍କୁ ସଚେତନ କରାଇବ ।

ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୁଲିବ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନ, ଡେପୁଟି ଅବକାରୀ ଅଧିକ୍ଷୀକା ଆଦ୍ୟାଶା ସ୍ୱାଇଁ,  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଙ୍କ ସମେତ ସମସ୍ତ ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାରେ ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ । ଏହି କାରବାରକୁ ସମ୍ପୂର୍ଣ୍ଣ  ରୋକିବା ପାଇଁ ଅବକାରୀ ବିଭାଗ ସଂକଳ୍ପବଦ୍ଧ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *