ମହମ୍ମଦ ମୋକିମ୍‌ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବା ହାଇକୋର୍ଟ ରେ ଅଭିଯୋଗ କରିଥିଲେ। ଯାହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ହାଇକୋର୍ଟ ମହମ୍ମଦ ମୋକିମ ସତ୍ୟପାଠରେ ନିୟମ ମୁତାବକ ତଥ୍ୟ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା ପ୍ରମାଣ ପାଇବା ପରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *