ଅରାଙ୍ଗ ରେ ପୋଲିଓ ଦିବସ ପାଳିତ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

 ଖୋର୍ଦ୍ଧା, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅରାଙ୍ଗ ଠାରେ ପୋଲିଓ ଦିବସ ପାଳିତ ହୋଇଯାଇଛି।ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ଃ ପରେଶ କୁମାର ଆଚାର୍ଯ୍ୟ ଯୋଗ ଦେଇ ଏହି ସାମୁହିକ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ପୋଲିଓ ରୋଗର କାରଣ ଓ ନିରାକରଣ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ। ସେହିପରି ଆମ ଦେଶ ରୁ ବିଗତ ଦିନ ଅପେକ୍ଷା ପୋଲିଓ ରୋଗ କମିଥିଲେ ମଧ୍ୟ ଅନ୍ୟ ଦେଶ ରେ ଏହା ର ପ୍ରଭାବ ରହିଛି।ତେଣୁ ଏହା ପୁନର୍ବାର ଆମ ଦେଶ କୁ ଫେରିବା ପୂର୍ବରୁ ଆମେ ସମସ୍ତେ ସଚେତନ ହୋଇ ଆଗୁଆ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି।ତେଣୁ ଜନପ୍ରିୟ ସରକାରଙ୍କ ପ୍ରଥମ ପଦକ୍ଷେପ ରୂପେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ତେଣୁ ସବୁସ୍ତରରେ ଆମେ ଏହି ପୋଲିଓ ବୁନ୍ଦା କୁ ୦-୫ ବର୍ଷ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବା ସହିତ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ରେ ସହାୟକ ହେବା ଜରୁରୀ ବୋଲି ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଏସ ପି ସେଠି,ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆଶୁତୋଷ ମହାନ୍ତି,ବିପିଏମ ଅଂଶୁମାଳି ଦାସ, ପ୍ରମୁଖ ଏହି ପୋଲିଓ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ସେଇଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନରଞ୍ଜନ ବେହେରା ବର୍ତ୍ତମାନ ଖରା ବଢ଼ୁଥିବାରୁ ଅଂଶୁଘାତ କୁ ଦୃଷ୍ଟିରେ ରଖି ଅଂଶୁଘାତ ର କାରଣ ନିରାକରଣ ଉପରେ ଲୋକ ଙ୍କୁ ବୁଝାଇଥିଲେ।ଶେଷରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଧ୍ୟାରାଣୀ ମହାନ୍ତି ଧନ୍ୟବାଦ ଦେଇଥିଲା ବେଳେ ଅଙ୍ଗନବାଡି କର୍ମୀ ତଅପୋଇ ବେହେରା,ଶୁଭଲଷ୍ମୀ ପ୍ରଧାନ,ସହାୟିକା ସରସ୍ୱତୀ ଦାସ,ଆଶା କର୍ମୀ ମମତା ସାମନ୍ତରାୟ,ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଉଇଲକିଶନ ନଗର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ନାୟକ,ସ୍ୱାସ୍ଥ୍ୟ କର୍ମୀ ତଥା ସୁପରଭାଇଜର ଶୁଭ୍ରକାନ୍ତ ସାହୁ ,ଅଙ୍ଗନବାଡି କର୍ମୀ ମିନତୀ ତ୍ରିପାଠୀ, ପ୍ରଣତି ବଳିଆରସିଂ,ଟାଙ୍ଗିଆପଡା ଠାରେ ଲିପି ସାହୁ,ନମିତା ମହାନ୍ତି,କୁମାରବସ୍ତ ଠାରେ ଅଙ୍ଗନବାଡି କର୍ମୀ ସଂଯୁକ୍ତା ବେହେରା,ମିନା କୁମାରୀ ପ୍ରଧାନ, ରୁନୁବାଳା ସେଠି,ପାଇକତିଗିରିଆ ରେ ଶୈଳବାଳା ମହାନ୍ତି,ରିତା ଗିରି ପ୍ରମୁଖ ନିଜ ନିଜ ସହାୟକ ଓ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ନେଇ ଏହି ବିରାଟ ସାମୁହିକ ପୋଲିଓ ବୁନ୍ଦା ପିଲାଙ୍କୁ ଖୁଆଇଥିଲେ।

Leave a Reply

Your email address will not be published. Required fields are marked *