ଶ୍ରୀ ଜଗନ୍ନାଥ ହିଁ ସର୍ବଧର୍ମ ସମନ୍ଵୟର ଦେବତା ‘ ନୂଆ – ଓ ‘ ଅନ୍ତର୍ଗତ ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ସଂସ୍କୃତି

ଖୋର୍ଦ୍ଧା,୨୩/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ସବୁ ଧର୍ମ, ମତବାଦ ଓ ଦର୍ଶନରେ ଶ୍ରୀ ଜଗନ୍ନାଥଙ୍କ ଚେତନାର ପ୍ରତିଫଳନ ରହିଛି। ସମସ୍ତ ଧର୍ମର ସାରାଂଶକୁ ଅଙ୍ଗୀକାର କରି ମହାପ୍ରଭୁ ସମନ୍ଵୟର ଦେବତା ଭାବେ ଅଭିହିତ ହୋଇ ଆସିଛନ୍ତି ବୋଲି ବିଶିଷ୍ଟ ଆଲୋଚକ ମତପୋଷଣ କରିଛନ୍ତି।

କ୍ଷେତ୍ରବାସୀ ଡି.ଏ. ଭି. ମହାବିଦ୍ୟାଳୟରେ ‘ନୂଆ – ଓ ‘ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପଠନ କ୍ଲବ ଆୟୋଜିତ’ ଶ୍ରୀ ଜଗନ୍ନାଥ ସଂସ୍କୃତି ‘ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶରତ ଚଦ୍ର ରଥ , କଥାକାର ମନୋଜ କୁମାର ଜେନା, ଓ ଗବେଷକ ଡା. ଆଶୁତୋଷ ପ୍ରସାଦ ମିଶ୍ର ଜଗନ୍ନାଥ ସଂସ୍କୃତିର ମହାନତା ଓ ବ୍ୟାପକତାକୁ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ବ୍ରତତୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପରିଚାଳନା ସମିତି ସଭାପତି ଡ. ସଂଜୟ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ । ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ସସ୍ମିତା ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ଡ. ଜୟନ୍ତ ବାନାର୍ଜୀ ,ଡ. ପ୍ରଭାତ କୁମାର ଦାଶ, ଅଧ୍ୟାପକ ଚନ୍ଦନ କୁମାର ମିଶ୍ର, ଅଧ୍ୟାପକ ସୌରଭ ମହାପାତ୍ର, ଅଧ୍ୟାପକ ଭାସ୍କର ଦାସ , ଡ. ଦମୟନ୍ତୀ ବେହେରା, ପ୍ରଭାକର ସେଠୀ ଓ ମାଧବ ମାଝୀ , କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *