ବିପ୍ଲବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୦୧/୦୭/୨୦୨୫(ଓଡ଼ିଶା ସମାଚାର)- ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ୧୭ତାରିଖରେ ବିପ୍ଲବୀ ଜେନାଙ୍କ ୧୪୧ତମ ଜୟନ୍ତୀ କେନ୍ଦ୍ରାପଡା ଜିଲା ସଦର ମହକୁମାରେ ପାଳନ ହେବାକୁ ଯାଉଥିବାରୁ ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା ।

ଜୟନ୍ତୀ ଦିନ ଜିଲା ସଦର ମହକୁମାରେ ଥିବା ମାନସିକ ଭିନ୍ନକ୍ଷମ ଓ ମୁକବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରଥମେ କମିଟି ସଦସ୍ୟ ଉମାକାନ୍ତ ଗୁରୁଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଜୟନ୍ତୀ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ଏହି ବୈଠକରେ ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ ଓ ଧିରେନ୍ଦ୍ର କୁମାର ଦାସ, ସଂଯୋଜକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସଂଗଠନ ସମ୍ପାଦକ ମୁକ୍ତାର ଖାଁ, ଯୁଗ୍ମ ସମ୍ପାଦକ ଅବନ୍ତୀ ବେହେରା, ସହସମ୍ପାଦକ ଆଦିକନ୍ଦ ରାଉଳ ଓ ସତ୍ୟବ୍ରତ ସିଂ, ମୁଖ୍ୟ ଉପଦେଷ୍ଟା କରୁଣାକର ଦାସ, ଉପଦେଷ୍ଟା ନିରଞ୍ଜନ ମେକାପ, ଅକ୍ଷୟପ୍ରିୟ ଦାସ, ଆଶିଷ ସେନାପତି, ଗୋଲଖ ପରିଡା, ପ୍ରଭାତ ଚନ୍ଦ୍ର ନାୟକ, ଚନ୍ଦନ କୁମାର ପରିଡା, ପ୍ରଦୀପ୍ତ ସିଂ, ପ୍ରମୋଦ କୁମାର ରାଉତ, ମନୋରଞ୍ଜନ ତ୍ରପାଠୀ, ଶ୍ରୀଧର କୁମାର ମହାନ୍ତି, ସେକ ତଫିରୁଦ୍ଧିନ, ରଣଧୀର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *