କଟକ,୦୭/୦୪/୨୦୨୪ (ଓଡ଼ିଶା ସମାଚାର)- କଟକ ମହାନଦୀ ତୁଳସୀପୁର ହାତୀଗଡା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବା ବେଳେ ମହାନଦୀରେ ବୁଡ଼ି ନାତି ମୃତ। ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ନଦୀରୁ ଉଦ୍ଧାର କରି ଉଦ୍ଧାର ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଜେଜେଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିଲେ ୨୧ ବର୍ଷିୟ ନାତୀ ରୂପକ ବାନାର୍ଜୀ। ଆଜି ଦଶ ତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ଆସିଥିଲେ ନଦୀ କୂଳକୁ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ରୂପକ ଅଚାନକ ନଦୀ କୂଳରେ ଥିବା ଏକ ଉଚ୍ଚା ଜାଗାରୁ ନଦୀକୁ ଡେଇଁ ଥିଲେ। ପରେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରୂପକ ଭୁବନେଶ୍ୱରର ଏକ ଘରୋଇ କଲେଜର ବି.ଟେକ ଛାତ୍ର। ତେବେ କେଉଁ କାରଣରୁ ନଦୀକୁ ଡେଇଁଲେ ସେନେଇ କିଛି ସ୍ପଷ୍ଟ ହୋଇନି।