କେନ୍ଦ୍ରାପଡ଼ା, ୦୨/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତ କାର୍ଯ୍ୟରୁ ଅବସରଗ୍ରହଣ କରିଥିବାଙ୍କୁ ତାଙ୍କୁ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ରାଉତଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ପ୍ରଧାନଶିକ୍ଷୟିତ୍ରୀ ବୀଣାପାଣି ଦାଶ, ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ଜୟନ୍ତ କୁମାର ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ପ୍ରିୟରଞ୍ଜନ ବିଶ୍ୱାଳ, ନିରଞ୍ଜନ ସାହୁ, ବିପିନବିହାରୀ ବିଶ୍ୱାଳ, ବିଭୁତିଭୂଷଣ ପରିଡା, ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶିକ୍ଷା ବିଭାଗର ଅନେକ ଶିକ୍ଷକ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ଶ୍ରୀ ରାଉତଙ୍କୁ ତାଙ୍କ କାର୍ଯ୍ୟକାଳରେ ତାଙ୍କ କର୍ତବ୍ୟନିଷ୍ଠା, କର୍ମପ୍ରବଣତା, ସୌହାର୍ଦ୍ୟପୂର୍ଣ୍ଣତା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।