କଟକ ସଦର, ୦୨/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବକ୍ଷେତ୍ର ପରମହଂସନାଥଙ୍କ ମନ୍ଦିରର ୫-ଟି ଉପକ୍ରମରେ ଚାଲିଥିବା ରୂପାନ୍ତରଣ କାର୍ୟ୍ୟ ମନ୍ଥର ଗତିରେ ଚାଲୁ ଥିବାରୁ ନିର୍ଧାରିତ ସମୟସୀମା ମଧ୍ୟରେ ସରିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରକାଶ ଯେ ଉକ୍ତ ମନ୍ଦିର ପରିସରକୁ ନବୀକରଣ ପାଇଁ ରାଜ୍ୟ ସରକାର ୪ କୋଟି ୯୬ ଲକ୍ଷ ୪୦ ହଜାର ଟଙ୍କା ମଂଜୁର କରିଥିବା ବେଳେ ଏହାର କାର୍ୟ୍ୟ କଟକ -୨ ରାସ୍ତା ଓ କୋଠାବାଡ଼ି ଵିଭାଜନ ଉପରେ ନ୍ୟସ୍ତ ହୋଇଛି। ଏଥିପାଇଁ ଗତ ମାସ ୧୨ ତାରିଖରେ ଏହାର ଶିଳାନ୍ୟାସ ସରିଥିବା ବେଳେ ସେମିତି କୈ।ଣସି ଆଖିଦୃଶିଆ କାର୍ୟ୍ୟ ଆଜି ପର୍ୟ୍ୟନ୍ତ ହୋଇନଥିବା ଦେଖା ଯାଇଛି। ସେଥିରେ ନିର୍ଧାରିତ ସମୟସୀମା ୧ ମାସ ଅତିକ୍ରମ କରିସାରିଲାଣି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପଚାରିବାରେ କେତେକ ନିର୍ଦ୍ଦିଷ୍ଟ ନ୍ୟସ୍ତସ୍ୱ।ର୍ଥ ବ୍ୟକ୍ତିମାନେ କାର୍ୟ୍ୟରେ ଅଯଥା ବାଧା ସୃଷ୍ଟି କରୁଥିବାରୁ ଉନ୍ନୟନ କାର୍ୟ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ ବୋଲି କହିଛନ୍ତି। ତେବେ ଆସନ୍ତା ଯାଗର ଯାତ୍ରା ପରେ ଅର୍ଥାତ ୧୨ ତାରିଖ ଠାରୁ ବାଧା ସୃଷ୍ଟି କରୁଥିଵା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ର ବ୍ୟବସ୍ଥା କରାଯାଇ ଯୁଦ୍ଧକାଳୀନ ଭିତିରେ ରୂପାନ୍ତରଣ କାର୍ୟ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମଧ୍ୟ କହିଛନ୍ତି। ଏଵେ କେଵଳ ଡିପିଆର ଅନୁଯାଇ ମନ୍ଦିର ବେଢ଼ାରେ ଥିବା ପାଚେରୀ କୁ ମଜବୁତ ପାଇଁ ମଝିରେ ମଝିରେ କଂକ୍ରିଟ ଖୁଣ୍ଟ ନିର୍ମାଣ ଚାଲୁଥିବା ଜଣାପଡିଛି ।
କଛପ ଗତିରେ ଚାଲିଛି ପରମହଂସନାଥଙ୍କ ରୂପାନ୍ତରଣ କାର୍ୟ୍ୟ, ସମୟସୀମା ମଧ୍ୟରେ ସରିବାକୁ ନେଇ ଅନିଶ୍ଚିତତା
