ଭୁବନେଶ୍ୱର,୨୯/୧୧/୨୦୨୫ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ‘ଫୋନିକ୍ସ ସେବା’ର ନବମ ବାର୍ଷିକ ଉତ୍ସବ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ “ଆଧ୍ୟାତ୍ମିକ ପଥରେ ଶିଶୁର ଉନ୍ନତି ଦେଶର ପ୍ରଗତି” ବିଷୟରେ ରାଜ୍ୟସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, କାହାଣି, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ରଥ, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର, ଡ. ବେରିଅନ ସ୍ୱାଇଁ, ଶ୍ରୀମତୀ ନିବେଦିତା ଭଞ୍ଜ ପ୍ରମୁଖ ଯୋଗଦେଇ, ଶିଶୁଟିଏ ରାଷ୍ଟ୍ରର ଜାତୀୟ ସମ୍ପତି । ତେଣୁ ଆଧ୍ୟାତ୍ମିକ ମାର୍ଗରେ ଯିବା ଦ୍ୱାରା ତାର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହେବା ସହ ଏକ ଶୃଙ୍ଖଳିତ ଦେଶ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏଥିସହ ବରିଷ୍ଠ ନାଗରିକ ସତ୍ୟନଗର ଡେଭଲପମେଂଟ କଲଚରାଲ ସୋସାଇଟି, ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଭୁବନେଶ୍ୱର, ସନ୍ସାଇନ୍ ହସ୍ପିଟାଲ, ସିଭିଲ ସୋସାଇଟି ଅର୍ଗାନାଇଜେସନ, ମଦର, ଜୁଗଲ କିଶୋର ସାହୁ, ପ୍ରୀତିରଞ୍ଜନ ନାୟକ ଓ ମନୋରଞ୍ଜନ ଭୋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାକୁ ପରିଚାଳନା କରିଥିଲେ ଶ୍ରୀମତୀ ଚମକ ଚାନ୍ଦିନୀ ଦାଶ । ଫୋନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେସ ବାର୍ଷିକ ବିବରଣୀ ପାଠ କରିବା ସହ ସଭାପତି ତାପସ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନିଲ ପରିଡ଼ା, ପ୍ରୀତିପ୍ରଜ୍ଞା ସ୍ୱାଇଁ, ତଟିନି ବିଶ୍ୱାଳ, ମୁସ୍ତକିମ୍, ପାୟଲ, ଶ୍ରୀନାଥ, ପଦ୍ମିନୀ, କାମିନି, କାଜଲ ସ୍ୱାଇଁ, ପ୍ରତୀକ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
