ଜୁନାଗଡ଼, ୨୯/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ଐତିହାସିକ ତଥ୍ୟ ଅନୁଯାୟୀ , କଳାହାଣ୍ଡି ମହାରାଜା ଯୁଗସାଇଦେବ ଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି । ଜୁନାଗଡ଼ କଳାହାଣ୍ଡି ଜିଲ୍ଲା ର ପ୍ରଥମ ରାଜଧାନୀ ଭାବରେ ରାଜା ଅମଳ ରୁ ଥିଲା ୧୯୭୦ମସିହା ମାର୍ଚ୍ଚ ୧୮ ତାରିଖ ରେ ଜୁନାଗଡ଼ ଏନ ଏ ସି ଗଠନ ହେଇଛି ଆଜିକୁ ୫୪ବର୍ଷ ହେଇଗଲାଣି ଜୁନାଗଡ଼ ସହରରେ ପ୍ରାୟ ୨୫ହଜାର ଲୋକ ବସବାସ କରୁଛନ୍ତି ଜୁନାଗଡ଼ କୁ ଲାଗି କିଛିରହିଥିବା କିଛି ଗ୍ରାମ କୁ ନେଇଗଲେ ଏହାର ଜନସଂଖ୍ୟା ପ୍ରାୟ ୩୫ହଜାର ରୁ ଉର୍ଦ୍ଧ ହେଇଯିବ ଏତେଦିନ ବିତିଗଲେ ମଧ୍ୟ ଆଜିପଯ୍ୟନ୍ତ ଜୁନାଗଡ଼ ଏନ ଏ ସି ର ନିଜସ୍ୱ ଘର ଗୋଟାଏ ମଧ୍ୟ ନାହିଁ । ପାଠାଗାରରେ ଚାଲିଛି ଅଫିସ ଗୃହ । ଲଗାତାର ୧୯୯୫ ରୁ ୧୯୯୯ ଚାରି ବର୍ଷ ଧରି ଓଡିଶା ରେ ଶ୍ରେଷ୍ଠ ଏନ ଏ ସି ଭାବରେ ମଧ୍ୟ ଆଖ୍ୟା ପାଇଛି ଏହା ସହିତ ଗତବର୍ଷ ଦ୍ରୁତଗାମୀ ସହର ଭାବରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀ ଠାରେ ପୁରସ୍କିତ କରିଛନ୍ତି । ଦୀର୍ଘ ଦିନର କୋଠା ରେ ଅଫିସ ଗୃହ ଚାଲି ଥିବାରୁ ଏହା ଯୋଗୁ କୋଠା ର ଅବସ୍ଥା ମଧ୍ୟ ଶୋଚନୀୟ ଅଛି । ତେଣୁ ଏହି ଏନ ଏ ସି କୁ ମୁନ୍ସିପାଲିଟି ଘୋଷଣା ଦାବି ନେଇ ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାଶ, ଯୁବ ନେତା ସକ୍ଷଉଳ ମଙ୍ଗରାଜ ପ୍ରମୁଖ ଦାବିପତ୍ର ଦେବା ସହିତ ଚେତାବନୀ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଯଦି ମୁନ୍ସିପାଲଟି ମାନ୍ୟତା ନ ଦିଅନ୍ତି ତାହେଲେ ଆନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି ସରକାର କୁ ଲିଖିତ ଭାବେ ଜଣାଇ ଛନ୍ତି ।
ପୁରାତନ ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ମାନ୍ୟତା ଦାବି ରେ ସ୍ୱାରକ ପତ୍ର ପ୍ରଦାନ
