ବାଇକ ସହିତ ୩୦ ଲିଟର ଦେଶୀ ମଦ ଜବତ,ଦୁଇ ଗିରଫ 

ଭୁବନ ୧୭/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ ବାଇକ ସହିତ ୩୦ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ  ଭୁବନ ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଗତ କାଲି ଗୁରୁବାର ଦିନ ୧୦ ଘଟିକା ସମୟରେ ପାଟ୍ରୋଲିଂରେ ଯାଇଥିବା ବେଳେ ଏକ ବାଇକରେ ବିପୁଳ ଦେଶୀ ମଦ ଆସୁଥିବା ଖବର ପାଇ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତ ନୂଆହାଟ ଠାରେ ଓଡ଼ି୦୪ ଏଚ ୩୧୫୦ ବିଶିଷ୍ଟ ମୋଟର ସାଇକେଲ କୁ ଅଟକ ରଖି ଚଢ଼ାଉ କରି ୧୮ ଲିଟର ଦେଶୀ ମଦ ଜବତ କରିବା ସହିତ ପୁରୁଷୋତ୍ତମ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ ।

କେଶ୍ ନଂ ୫୪/୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଥିଲା । ପରେ ବି ଏନ୍ ଏସ ଧାରା ୩୫(୩) ଆଧାରରେ ତାଙ୍କୁ ଜାମିନ ରେ ଛଡ଼ା ଯାଇଥିଲା । ଆଜି ଶୁକ୍ରବାର ଅପରାହ୍ନରେ ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗ୍ରାମର ବିଡ଼ିଓ ବେହେରା ଙ୍କ ଠାରୁ ୧୨ ଲିଟର ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ କେଶ୍ ନଂ ୫୫/୨୦୨୬-୨୭ ରେ ମାମଲା ରୁଜ୍ଜୁ କରି ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି।ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ପ୍ରମୁଖ ଏହି ଚଢ଼ାଉରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *