ଯାଜପୁର ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଅବସର ସମ୍ୱର୍ଦ୍ଧନା ।

ଯାଜପୁର, ୨୯/୬/୨୦୨୪ (ଓଡ଼ିଶା ସମାଚାର)-ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁରର କ୍ଷିପ୍ରଲେଖିକା ଶ୍ରୀମତୀ ମିନତୀ ଦାଶ ଓ ନିକ୍ଷେପକ ଶ୍ରୀ ଶାନ୍ତନୁ କୁମାର ସାହୁ ସରକାରୀ ଚାକିରିରୁ ଅବସର ନେଉଥିବା ଉପଲକ୍ଷେ ଆଜି ଅପରାହ୍ନରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଓ ସମସ୍ତ କର୍ମଚାରୀ ସେମାନଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିବା ସହିତ ସେମାନଙ୍କର ସୁଖ, ସମୃଦ୍ଧି, ସୁସ୍ଥ ଓ ନିରାମୟ ଜୀବନଯାପନ କାମନା କରିଛନ୍ତି । ଏ ସଂପର୍କରେ ଏକ ବୈଠକ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁିଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବେହେରା ଶ୍ରୀମତୀ ଦାଶ ଓ ଶ୍ରୀ ସାହୁଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେଇଛି ଓ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଛି ବୋଲି କହିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିବା ବେଳେ ପ୍ରୋଭିଜିନାଲ ପେନସନ୍ ଅର୍ଡର ସହ ମାନପତ୍ର, ଟ୍ରଫି, ଉତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ କର୍ମଚାରୀମାନେ ସେମାନଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ଶ୍ରୀମତା ଦାଶ ଓ ଶ୍ରୀ ସାହୁ ନିଜ ଚାକିରୀରେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ସେହିପରି ଯାଜପୁର ସୂଚନା କେନ୍ଦ୍ର ଓ ପାଠାଗାରର କର୍ମଚରୀ ଶ୍ରୀ ରବିନ୍ଦ୍ର କୁମାର ଦାସଙ୍କର ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ପୁରୀକୁ କନିଷ୍ଠ ଭଣ୍ଡାର ରକ୍ଷକ ପଦବୀକୁ ପଦୋନ୍ନତି ହୋଇଥିବାରୁ ତାଙ୍କୁ ପୁରୀ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟଳୟରେ ଯୋଗ ଦେବାକୁ ଭାରମୁକ୍ତ କରାଯାଇ ସମ୍ୱର୍ଦ୍ଧିତ କରାଯାଇଅଛି । ଏଥିରେ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ, ହରପ୍ରିୟା ସାହୁ, ରତିକାନ୍ତ ମହାନ୍ତି, ପୂର୍ବତନ କର୍ମଚାରୀ ବାରୁଣୀ ସେଠୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *