ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲରେ ପାରାଦୀପରେ କ୍ରିକେଟ ଏକାଡେମୀ ଲୋକାର୍ପିତ

ପାରାଦୀପ,୨୯/୦୨/୨୦୨୪ (ଓଡ଼ିଶା ସମାଚାର)-କ୍ରୀଡା ଭିତିଭୂମି ର ବିକାଶ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ମଙ୍ଗଳବାର ଅପରାହ୍ନରେ ୩୦ ଟି ଜିଲ୍ଲାରେ ୪୧ ଟି କ୍ରିକେଟ ଏକାଡେମୀ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ର ଗୋପପାବନ୍ଧୁ ଷ୍ଟାଡିୟମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ପାରାଦୀପ କ୍ରିକେଟ ଏକାଡେମୀ କୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ବନ୍ଦର କ୍ରୀଡା ପରିଷଦର ସଭାପତି ଡି.ଏନ.ସୋନ୍ଧି, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସେଠୀ, ସମ୍ପାଦକ ରଞ୍ଜନ ରଶ୍ମି ବେଉରା, ଓଡିଶା କ୍ରିକେଟ ଆସୋସିଏସନ ର ସଦସ୍ୟ ରବି ଦାସ ଙ୍କ ସମେତ ନୂତନ ଏକାଡେମୀ ର ବହୁ କ୍ରୀଡ଼ାବିତ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *