ରେଳ ସମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ଼, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ଟ୍ରେନ ନମ୍ବର 58504/58503 ବିଶାଖାପାଟଣା ରାୟଗଡା ଟ୍ରେନ ଯାହାକି ଅଳ୍ପଦିନ ତଳେ ଭବାନୀପାଟଣା ପର୍ଯନ୍ତ ସମ୍ପ୍ରସାରଣ ହୋଇ ଥିଲା, ସେହି ଟ୍ରେନ କୁ ଜୁନାଗଡ଼ ପର୍ଯନ୍ତ ସମ୍ପ୍ରସାରଣ ପାଇଁ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ବଣିକ ସଂଘ ସମ୍ପାଦକ ପ୍ରଭାତ କୁମାର ଦାସ ଓ କଂଗ୍ରେସ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଭୁବନେଶ୍ୱର ଠାରେ ଜେନେରାଲ ମ୍ୟାନେଜେର ଇଷ୍ଟ କୋଷ୍ଟ ରେଲୱେ ଙ୍କ ସେକ୍ରେଟାରୀ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଉକ୍ତ ଟ୍ରେନ ଚାଲିଲେ ମୁଖ୍ୟତ ଧର୍ମଗଡ଼ ସୁବଡ଼ିଭିଜନ ସମେତ ପଡୋଶୀ ଛତିଶଗଡ ଓ ପଡୋଶୀ ଜିଲ୍ଲା ର ବହୁ ସଂଖକ ରେଳ ଯାତ୍ରୀ ଉପକୃତ ହେବେ । ମେଡିକାଲ କାମରେ ବିଷାକପାଟଣା ଉପରେ ନିର୍ଭର ପ୍ରାୟ ସମସ୍ତ ଯାତ୍ରୀ ଉପକୃତ ହେବେ ବୋଲି ଦାବିପତ୍ର ଦେଇଥିବା ସମସ୍ତ ନେତୃ ବୃନ୍ଦ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *