ସି ପି ଆଇ ପକ୍ଷରୁ ବହୁଗ୍ରାମ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ସାଲେପୁର,୨୭/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବିଦ୍ୟୁତ ଡିଭିଜନ ଅଧୀନ ବହୁଗ୍ରାମ ବିଦ୍ୟୁତ ବିଭାଗ ର ଗ୍ରାହକ ଶୋଷଣ ବିରୁଦ୍ଧରେ ସି ପି ଆଇ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ସି ପି ଆଇ ନେତା ତଥା ପ୍ରାକ୍ତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା ଙ୍କ ନେତୃତ୍ୱ ରେ କାର୍ଯ୍ୟାଳୟ ଘେରାଉ ସହ ଲୋ ଭୋଲ୍ଟେଜ, ମନଇଚ୍ଛା ଦର ବୃଦ୍ଧି, ବିପଦ ସଂକୁଳ ଖୁଣ୍ଟ ଓ ତାର ର ପରିବର୍ତ୍ତନ, ଜରିମାନା ଆଦାୟ କୁ ବିରୋଧ କରାଯାଇଥିଲା । କୃଷକ ନେତା ତ୍ରୈଲୋକ୍ୟ ନାଥ, ବିଦ୍ୟୁତ ଉପଭୋକ୍ତା ମଞ୍ଚ ସଭାପତି ରାଜ କିଶୋର ମଲ୍ଲିକ, ସାମ୍ୟବାଦୀ ନେତା ପ୍ରତାପ ମହାପାତ୍ର ପ୍ରମୁଖ ବିଦ୍ୟୁତ ବିଭାଗ ତଥା ସରକାରୀ ନୀତି ର ତୀବ୍ର ସମାଲୋଚନା କରି ବକ୍ତବ୍ୟ ରଖିଥିଲେ । ଶେଷରେ ଶକ୍ତି ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *