ନିରାକାରପୁର, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ଷ୍ଟେଟ ବ୍ୟାଙ୍କରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କମାଗୁରୁ ଷ୍ଟେଟ ବ୍ୟାଙ୍କ ଶାଖା କୁ ୫ଶହ ଟଙ୍କିଆ ନୋଟ ଅଧିକ ପରିମାଣର ଯୋଗାଣ ନ ହୋଇଥିବାରୁ ଗ୍ରାହକ ମାନେ ଅଧିକ ପରିମାଣର ଟଙ୍କା ବ୍ୟାଙ୍କରୁ ଉଠାଇ ନେବା କଷ୍ଟକର ହୋଇଥିବା ଦେଖିବାକୁ ମିଳିଥିଲା। କମ ଉଠାଣ ରେ କୌଣସି ଅସୁବିଧା ପ୍ରାୟତଃ ହୋଇ ନ ଥିବାବେଳେ ଯେଉଁ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ କରିବାକୁ ଆଜି ବ୍ୟ।ଙ୍କକୁ ଆସିଥିଲେ। ୫ଶହ ଟଙ୍କିଆ ନୋଟ ର ଯୋଗାଣ କମ ଥିବାରୁ ଶାଖା ନିକଟରେ ଥିବା ଏ ଟି ଏମ କାଉଣ୍ଟର ପାଇଁ ଆମେ ୫ ଶହ ଟଙ୍କିଆ ନୋଟ ରଖିଛୁ। ତେଣୁ ଗ୍ରାହକ ମାନଙ୍କୁ କେବଳ ଶହେ ଟଙ୍କିଆ ଓ ପଚାଶ ଟଙ୍କିଆ ନୋଟ ନେବାକୁ ପଡିବ ବୋଲି କୁହାଯିବା ରୁ ବାଧ୍ୟ ହୋଇ ଗ୍ରାହକ ମାନେ କିଏ କିଏ ବିଡା ବିଡା ଶହେ ଟଙ୍କିଆ ଓ ପଚାଶ ଟଙ୍କିଆ ନୋଟକୁ ସାର୍ଟ,ପ୍ୟାଣ୍ଟ୍ ଓ ଗାମୁଛାରେ ଗଣ୍ଠିଲି କରି ଅତି ଅସୁରକ୍ଷିତ ଭାବେ ନେଉ ଥିବାର ଦେଖିବାକୁ ମିଳିଥିଲା। ବ୍ୟାଙ୍କ ବାହାରୁ ଅସାମାଜିକ ବ୍ୟକ୍ତିମାନେ ନଜର ରଖି ଲୁଟ ଘଟଣା ଘଟୁ ଥିବା ବିଭିନ୍ନ ସମୟରେ ଗଣ ମାଧ୍ୟମ ମଣ୍ଡନ କରୁଥିଲେ ବି ଆଜିର ଘଟଣା ଗ୍ରାହକ ଙ୍କ ଧନ ଜୀବନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଶାଖାରୁ ଟଙ୍କା ଉଠାଣ କରି ଗ୍ରାହକ ଯିବାବେଳେ ଜଙ୍ଗଲ ଅଞ୍ଚଳ ବିପଦ ସୃଷ୍ଟି କରୁଛି। ତେଣୁ ଭବିଷ୍ୟତରେ କିପରି ଏହି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଷ୍ଟେଟ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।