ବରୀ ବିଧାୟକ ବିଶ୍ବରଂଜନ ବିଧାନସଭାକୁ ପ୍ରବେଶ କଲେ

ଯାଜପୁର , ୧୯/୬/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର) :- ଓଡିଶା ବିଧାନସଭାର ତିନି ଦିନିଆ ଅଧୂବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି।  ଏଥିରେ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ଯାଜପୁର ବରୀ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଜେଡି ବିଧାୟକ  ଶ୍ରୀ ବିଶ୍ବରଂଜନ ମଲ୍ଲିକ  ବିଧାନସଭା କୁ ପ୍ରବେଶ ପୂର୍ବରୁ  ପବିତ୍ର ଗୃହକୁ  ପ୍ରଣିପାତ କରି ବରୀ  ପାଇଁ ଗୌରବ ଆଣିଥିବା ଚର୍ଚ୍ଚା ହେଉଛି। ଏପରିକି ବାଚସ୍ପତି ଙ୍କୁ ମଧ୍ୟ ତାଙ୍କର ସମ୍ମାନ ଅତିଉଚ୍ଚ କୋଟୀର ଥିଲା । ସୂଚନାଯୋଗ୍ୟ ଶ୍ରୀ ମଲ୍ଲିକ ଚଳିତ ଥର ପଚାଶ ହଜାର ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସମଗ୍ର ରାଜ୍ୟରେ ବେଶ ଚର୍ଚ୍ଚିତ ଅଛନ୍ତି । ସେ ବରୀ ପାଇଁ ସଦାସର୍ବଦା ଉନ୍ନତି ମୂଳକ କାର୍ଯ୍ୟ କରି ବେଶ ପ୍ରଂଶସିତ ।

Leave a Reply

Your email address will not be published. Required fields are marked *