ମାଙ୍କଡ଼ କାମୁଡ଼ାରେ ମହିଳା ଗୁରୁତର , କଟକ ସ୍ଥାନାନ୍ତରିତ

ଗରଦପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ମାଙ୍କଡ଼ କାମୁଡ଼ାରେ ଗରଦପୁର ବ୍ଲକ୍ ବଡ଼ କଳାବୁଦା ଗ୍ରାମର ସଂଯୁକ୍ତା ମହାପାତ୍ର(୬୨) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ପାଟକୁରା ମେଡ଼ିକାଲ ଓ ପରେ କଟକ କୁ ସ୍ଥାନାନ୍ତର କରାଯାଇଛି । ବଡ଼ କଳାବୁଦା ଗ୍ରାମ ସ୍ଥିତ କେନାଲ ବନ୍ଧରେ ସଂଯୁକ୍ତା ଛେଳି ଚରାଉଥିଲେ । ଦୁଇଟି ଦନ୍ତା ମାଙ୍କଡ଼ ପରଷ୍ପର ମଧ୍ୟରେ କାମୁଡ଼ା କାମୁଡ଼ି ହୋଇ କେନାଲ ବନ୍ଧରେ ଛେଳି ଚରାଉଥିବା ସଂଯୁକ୍ତ ଙ୍କ ନିକଟକୁ ଛୁଟିଆସି ସଂଯୁକକ୍ତାଙ୍କୁ ଝୁଣିପକାଇଥିଲେ । ସଂଯୁକକ୍ତା ତଳେ ପଡ଼ିଯାଇଥିଲୋ ସଂଯୁକ୍ତାଙ୍କ ଡ଼ାହାଣ ହାତ , ପିଠି , ଜଂଘରୁ କାମୁଡ଼ି ମାଂସ ବାହାର କରିଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପାଟକୁରା ମେଡ଼ିକାଲ ଅଣାଯାଇଥିଲା । ସେଠାରୁ ତାଙ୍କୁ ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସରେ କଟକ ପଠାଯାଇଛି । ଉଲେଖନୀୟ ଏହିକି ବଡ଼କଳାବୁଦା ଗ୍ରାମରେ ୫୦ ଟିକିଆ ମାଙ୍କଡ଼ ଦଳ ଗତ କିଛି ଦିନ ଧରି ଖୁବ ଉତପାତ ଓ ଉପଦ୍ରବ କରୁଛନ୍ତି ।ଗତ ୨ ମାସ ମଧ୍ୟରେ ଏହି ଗ୍ରାମର ୧୫ ରୁ ଅଧିକ ବ୍ୟକ୍ତି ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ସାରିଲେଣି । ଏପରିକି ଗତ ୨ ଦିନ ତଳେ ଗ୍ରାମର ସୁବାସ ସାହୁଙ୍କ ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଟିକିଲିକୁ ମଧ୍ୟ କାମୁଡ଼ି ମାଙ୍କଡ଼ ଆହତ କରିଥିଲେ । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ରେଂଜର ଙ୍କୁ ସ୍ଥାନୀୟ ସରପଂଚ ପ୍ରଜ୍ଞାପ୍ରିୟଦର୍ଶିନୀ ଦାସ ଅଭିଯୋଗ କରି ଜଣାଇଥିଲେ ମଧ୍ୟ ତାହାର କୌଣସି ପ୍ରତିକାର କରାଯାଇନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ପରଷ୍ପର ମଧ୍ୟରେ ଦନ୍ତା ମାଙ୍କଡ଼ କାମୁଡ଼ା କାମୁଡ଼ି ହୋଇ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଥିବାରୁ ପ୍ରଶାସନ ତୁରନ୍ତ ଏହାର ବିହିତ ପ୍ରତିକାର କରିବାକୁ ଅଂଚଳବାସୀ ଦୃଢ଼ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *