ଗରଦପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ମାଙ୍କଡ଼ କାମୁଡ଼ାରେ ଗରଦପୁର ବ୍ଲକ୍ ବଡ଼ କଳାବୁଦା ଗ୍ରାମର ସଂଯୁକ୍ତା ମହାପାତ୍ର(୬୨) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ପାଟକୁରା ମେଡ଼ିକାଲ ଓ ପରେ କଟକ କୁ ସ୍ଥାନାନ୍ତର କରାଯାଇଛି । ବଡ଼ କଳାବୁଦା ଗ୍ରାମ ସ୍ଥିତ କେନାଲ ବନ୍ଧରେ ସଂଯୁକ୍ତା ଛେଳି ଚରାଉଥିଲେ । ଦୁଇଟି ଦନ୍ତା ମାଙ୍କଡ଼ ପରଷ୍ପର ମଧ୍ୟରେ କାମୁଡ଼ା କାମୁଡ଼ି ହୋଇ କେନାଲ ବନ୍ଧରେ ଛେଳି ଚରାଉଥିବା ସଂଯୁକ୍ତ ଙ୍କ ନିକଟକୁ ଛୁଟିଆସି ସଂଯୁକକ୍ତାଙ୍କୁ ଝୁଣିପକାଇଥିଲେ । ସଂଯୁକକ୍ତା ତଳେ ପଡ଼ିଯାଇଥିଲୋ ସଂଯୁକ୍ତାଙ୍କ ଡ଼ାହାଣ ହାତ , ପିଠି , ଜଂଘରୁ କାମୁଡ଼ି ମାଂସ ବାହାର କରିଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପାଟକୁରା ମେଡ଼ିକାଲ ଅଣାଯାଇଥିଲା । ସେଠାରୁ ତାଙ୍କୁ ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସରେ କଟକ ପଠାଯାଇଛି । ଉଲେଖନୀୟ ଏହିକି ବଡ଼କଳାବୁଦା ଗ୍ରାମରେ ୫୦ ଟିକିଆ ମାଙ୍କଡ଼ ଦଳ ଗତ କିଛି ଦିନ ଧରି ଖୁବ ଉତପାତ ଓ ଉପଦ୍ରବ କରୁଛନ୍ତି ।ଗତ ୨ ମାସ ମଧ୍ୟରେ ଏହି ଗ୍ରାମର ୧୫ ରୁ ଅଧିକ ବ୍ୟକ୍ତି ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ସାରିଲେଣି । ଏପରିକି ଗତ ୨ ଦିନ ତଳେ ଗ୍ରାମର ସୁବାସ ସାହୁଙ୍କ ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଟିକିଲିକୁ ମଧ୍ୟ କାମୁଡ଼ି ମାଙ୍କଡ଼ ଆହତ କରିଥିଲେ । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ରେଂଜର ଙ୍କୁ ସ୍ଥାନୀୟ ସରପଂଚ ପ୍ରଜ୍ଞାପ୍ରିୟଦର୍ଶିନୀ ଦାସ ଅଭିଯୋଗ କରି ଜଣାଇଥିଲେ ମଧ୍ୟ ତାହାର କୌଣସି ପ୍ରତିକାର କରାଯାଇନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ପରଷ୍ପର ମଧ୍ୟରେ ଦନ୍ତା ମାଙ୍କଡ଼ କାମୁଡ଼ା କାମୁଡ଼ି ହୋଇ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଥିବାରୁ ପ୍ରଶାସନ ତୁରନ୍ତ ଏହାର ବିହିତ ପ୍ରତିକାର କରିବାକୁ ଅଂଚଳବାସୀ ଦୃଢ଼ ଦାବି କରିଛନ୍ତି ।
Related Posts
ଆଳିଜଙ୍ଗାରେ ଅଗ୍ନୀକାଣ୍ଡ ଘଟି ଦୁଇ ବିଧବା ମହିଳାଙ୍କ ସର୍ବସ୍ୱ ପୋଡ଼ି ପାଉଁଶ, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି
ଗରଦପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ତହସିଲ ଅଧିନସ୍ଥ ତେଣ୍ଡାକୁଡ଼ା ରାଜସ୍ୱ ବିଭାଗ ତଥା ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟିଛି…
ଡ଼୍ରେନ୍ ରେ ଭାସିଯାଇ ନାବାଳକ ର ମୃତ୍ୟୁ
ଭୁବନେଶ୍ୱର,୧୮/୬/୨୦୨୪ (ଓଡ଼ିଶା ସମାଚାର)- ଡ଼୍ରେନ୍ ରେ ଭାସିଯାଇ ନାବାଳକ ର ମୃତ୍ୟୁ । ୟୁନିଟ୍ ୩ ମସଜିଦ ନିକଟରୁ ନାବାଳକ ଟି ମୁକୁଳା ଡ଼୍ରେନ୍ ରେ ଭାସିଯାଇଥିଲେ…
କାନ୍ଥ ପଡ଼ି ଜଣେ ମୃତ, ୨ଜଣ ଗୁରୁତର ଆହତ
ବାଲେଶ୍ଵର, ୨୫/୦୩/୨୦୨୪ (ଓଡ଼ିଶା ସମାଚାର)- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି…
