ଦୃତ ଗତି , ମହା ବିପତି – କଟକ ଗୋପାଳପୁରରେ ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ବହୁ ଆହତ

କଟକ, ୧୪/୦୨/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ – ଭୁବନେଶ୍ବର ରାସ୍ତାର କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ଏନଏଚ୍-୧୬ ରେ ଏକ ଯାତ୍ରିବାହୀ ବସ୍ ଓଲଟି ପଡ଼ିଥିବା ଜଣାପଡ଼ିଛି। ‘ଚନ୍ଦନ’ ନାମକ ଏକ ଘରୋଇ ଯାତ୍ରିବାହୀ ବସ୍ ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଡ଼ିଭାରଡ଼ର ରେ ଚଢ଼ିଯାଇ ଓଲଟି ପଡ଼ିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବସ୍ ର କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ବସଟି ଓଲଟି ପଡିବା ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୬ ଜଣ ଆହତ ହୋଇଛନ୍ତି ଉଦ୍ଧାର ହେଉଥିବା ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ପଠାଯାଉଛି ।
ସୂଚନା ଅନୁସାରେ ଦୃତ ଗଚ୍ଛିରେ ଯାଉଥିବା ବସଟି ରାସ୍ତା ପାର ହେଉଥିବା ଜଣେ ସାଇକେଲ ଆରୋହୀଙ୍କ ଉପରେ ଓଲଟି ଡିଭାଇଡରରେ ପଡ଼ିଗଲା । ଅନେକଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *