ନୂଆପଡ଼ା ଉପ ନିର୍ବାଚନ ରୁ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଙ୍କୁ ବିଜେଡ଼ି ଦୂରେଇ ରଖିଲା – ଚର୍ଚ୍ଚା

କଟକ ସଦର,୧୭/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ତାର ଅନେକ ନେତାଙ୍କୁ ଦାୟିତ୍ୱ ଓ ଷ୍ଟାର ପ୍ରଚାରକ ଭାବେ ନିଯୁକ୍ତି ଅର୍ପଣ କରିଥିବା ଜଣାପଡିଛି। ହେଲେ ତିନି ଥରର ବିଧାୟକ ଥିବା କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଙ୍କୁ ବିଜେଡ଼ି ଏଥିରୁ ଦୂରେଇ ରଖିଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ରାଜ୍ୟ କିମ୍ବା ଜିଲ୍ଲା ସଂଗଠନ ରେ ଚନ୍ଦ୍ର ସାରଥି ଙ୍କୁ ଅଣଦେଖା କରାଯାଇଥିବା କୁ ଚର୍ଚ୍ଚା ହେଉଥିଲା। ଏବେ ତାଙ୍କୁ ଦୂରେଇ ରଖାଯାଇଥିବା କୁ ନେଇ ଚନ୍ଦ୍ର ସାରଥି ଙ୍କ  ସମର୍ଥକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଜେଡ଼ି ଠାରୁ ଚନ୍ଦ୍ର ସାରଥି ଦୂରେଇ ଯାଉଛନ୍ତି ନାଁ ବିଜେଡ଼ି ତାଙ୍କୁ ଦୂରେଇ ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଗକୁ କଟକ ସଦର ର ବିଜେଡ଼ି ରାଜନୀତି କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *