ଗୋକନରେ ଗୁରୁ ଗୌରବ ପ୍ରଦାନ ସମାରୋହ ଅନୁଷ୍ଠିତ

ମାହାଙ୍ଗା,୦୫/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି ଗୁରୁ ପୂଜନ କମିଟି ଆନୁକୂଲ୍ୟରେ ଗୋକନ କଲ୍ୟାଣ ମଣ୍ଡପରେ ଗୁରୁ ଗୌରବ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲ ମଣିଷ ତିଆରି କରିବାରେ ଗୁରୁଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ ବୋଲି କହିଥିଲେ ।

ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନ ଏବଂ ପୂର୍ବତନ ବାଚସ୍ପତି ଶରତ କରଙ୍କ ଜନ୍ମଦିନରେ,ଦେଶର ଏହି କୃତବିଦ୍ୟ ସନ୍ତାନଙ୍କ ସ୍ମୃତି ଚାରଣ ସହିତ ସେମାନଙ୍କ ଆଦର୍ଶ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶହଶହ ଗୁରୁଙ୍କୁ ଉତ୍ତରୀୟ, ମାନପତ୍ର,ସମ୍ମାନିତ ଫଳକ ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ପ୍ରଫେସର ଡକ୍ଟର ଭୁବନାନନ୍ଦ ସାହୁ ଉତ୍ସବରେ ଯୋଗଦେଇ ଥିଲେ । ଏ ଜାତିକୁ ଗଢିବାରେ ଗୁରୁଙ୍କ ତ୍ୟାଗ ଭୁଲିବାର ନୁହେଁ ବୋଲି ଉଭୟେ କହିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ରୋଜି ସେଠୀ, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ହୃଷିକେଶ ସ୍ୱାଇଁ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ  । ସାହିତ୍ୟିକ ଗୌତମ ଜେନାଙ୍କ ସଭାପତିତ୍ୱ ରେ ଏହି ଭବ୍ୟ ଗୁରୁ ଦିବସ ସମାରୋହରେ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *