ଭୁବନେଶ୍ୱର,୧୩/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ରାଜ୍ୟସଭା ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍, ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ମଧ୍ୟ ବିଧାନସଭା ପ୍ରକୋଷ୍ଠରେ ଉପସ୍ଥିତ ଥିଲେ।
ତେବେ ତୃତୀୟ ପ୍ରାର୍ଥୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏବେ ତୃତୀୟ ପ୍ରାର୍ଥୀଙ୍କ ଉପରେ ରାଜନୈତିକ ମହଲର ନଜର ରହିଛି। ଗତକାଲି ଯେଉଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା, ସେମାନଙ୍କ ନାମ ଗତକାଲି ଯାଏ ଆଦୌ ଚର୍ଚ୍ଚାରେ ନଥିଲା।ତେଣୁ ୩ୟ ପ୍ରାର୍ଥୀ କିଏ ହେବେ ତାହା ଜଣାପଡ଼ୁ ନାହିଁ ।