ମହାନ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ଦ୍ୱିବେଦୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୧୨/୦୨/୨୦୨୪ (ଓଡ଼ିଶା ସମାଚାର)-ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଜନନେତା, ପୂର୍ବତନ ସାଂସଦ, ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୧୨ତମ ଜୟନ୍ତୀ ରବିବାର ଦିନ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ସୁଶିଲ କୁମାର ସାମଲ, ପ୍ରଫୁଲ୍ଲ କୁମାର ଦାସ, ହିମାଂଶୁ ଶେଖର ଲେଙ୍କା, ଗୋପାଳ ଚନ୍ଦ୍ର ମାହାଲିକ, ମହେନ୍ଦ୍ର କୁମାର ପରିଡା, ମଧୁସୁଦନ ନାୟକ, ବିଧୁ ଭୂଷଣ ମହାପାତ୍ର, ତ୍ରିଲୋଚନ ମଳିକ ଓ ଶରତ କୁମାର ବେହୁରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦ୍ୱିବେଦୀଙ୍କ ବହୁମୂଖୀ ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅର୍ବାନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ୱର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *