୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩ୟ ଦିବସ: କଲ୍ୟାଣପୁର ଓ ପାନବରଜ ଫାଇନାଲକୁ ଉନ୍ନୀତ 

ଖୋର୍ଦ୍ଧା ,୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ୩ୟ ଦିବସରେ ଦୁଇଟି ସେମିଫାଇନାଲ ଖେଳ ହୋଇଥିଲା ।ପ୍ରଥମ ସେମିଫାଇନାଲ ମ୍ୟାଚ ପାନବରଜ ଓ ଦେଉଳଟାଙ୍ଗି ମଧ୍ୟରେ ହୋଇଥିଲା।ଟସ ଜିତି ଦେଉଳଟାଙ୍ଗି ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୨୧ ରନ କରି ଅଲଆଉଟ ହୋଇଯାଇଥିଲା ।ଦେଉଳଟାଙ୍ଗି ଦଳ ପକ୍ଷରୁ ଅଧିନାୟକ ବିକାଶ ଦଳେଇ ସର୍ବାଧିକ ୩୮ ବଲରୁ ୫୧ ରନ ସଂଗ୍ରହ କରିଥିଲେ ଏବଂ ପାନବରଜ ଦଳ ପକ୍ଷରୁ ମୋ ହାସୀମ ୩ ଓଭର ବୋଲିଂ କରି ୧୮ ରନ ଦେଇ ୫ ଟି ଉଇକେଟ ପାଇଥିଲେ । ଜବାବରେ ପାନବରଜ ଦଳ ୧୧ ଓଭର ରେ ତିନୋଟି ଉଇକେଟ ହରାଇ ଆବଶ୍ୟକ ୧୨୨ ରନର ବିଜୟଲକ୍ଷ୍ୟ ହାସଲ କରିନେଇଥିଲେ ।ପାନବରଜ ଦଳ ପକ୍ଷରୁ ଜୟଦୀପ ପଟ୍ଟନାୟକ ସର୍ବାଧିକ ୩୪ ବଲରୁ ୭୭ ରନ ସଂଗ୍ରହ କରିଥିଲେ। ଦେଉଳଟାଙ୍ଗୀ ପକ୍ଷରୁ ଲିପୁ ୩ ଓଭର ବୋଲିଂ କରି ୧୨ ରନ ବ୍ୟୟ କରି ୨ଟି ସଫଳତା ପାଇଥିଲେ ଫଳରେ ପାନବରଜ ଦଳ ୭ ଉଇକେଟ ରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲେ ।ଦ୍ୱିତୀୟ ସେମିଫାଇନାଲ ଅରାଙ୍ଗ ଓ କଲ୍ୟାଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।କଲ୍ୟାଣପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୬ ଟି ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲେ।କଲ୍ୟାଣପୁର ପକ୍ଷରୁ ଜଗତପ୍ରିୟ ରାଉତରାୟ ସର୍ବାଧିକ ୧୯ ବଲରୁ ୪୪ ରନ ସଂଗ୍ରହ କରିଥିଲେ।ଜବାବରେ ଅରାଙ୍ଗ ଦଳ ୧୫ ଓଭର ଖେଳି ୭ ଟି ଉଇକେଟ ହରାଇ ୧୩୮ ରନ କରିଥିଲେ।ଫଳରେ କଲ୍ୟାଣପୁର ଦଳ ୫୬ ରନରେ ବିଜୟୀ ହୋଇ ଫାଇନାଲ କୁ ଉନ୍ନୀତ ହୋଇଥିଲେ । ଅରାଙ୍ଗ ଦଳର ଶିବରାମ ପୃଷ୍ଟି ସର୍ବାଧିକ ୨୬ ବଲରୁ ୩୬ ରନ ସଂଗ୍ରହ କରିଥିଲେ ।କଲ୍ୟାଣପୁର ଦଳ ପକ୍ଷରୁ ଜଗତପ୍ରିୟ ରାଉତରାୟ ୩ ଓଭର ବୋଲିଂ କରି ୨୦ ରନ ବ୍ୟୟ କରି ୩ ଟି ସଫଳତା ପାଇଥିଲେ ।ପ୍ରଥମ ସେମିଫାଇନାଲ ରେ ଓୟୁଯେଡବ୍ଲୁ ର ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ହାତୀ ଅତିଥି ରୂପେ ଯୋଗ ଦେଇ ପାନବରଜ ର ଜୟଦୀପ ପଟ୍ଟନାୟକ ଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରିଥିଲେ ।ସେହିପରି ଦ୍ଵିତୀୟ ସେମିଫାଇନାଲ ରେ ସମାଜସେବୀ ତଥା ପୂର୍ବତନ ୱାର୍ଡ ସଭ୍ୟ ହିମାଂଶୁ ବରାଳ ଅତିଥି ରୂପେ ଯୋଗ ଦେଇ କଲ୍ୟାଣପୁର ଦଳର ଜଗତପ୍ରିୟ ରାଉତରାୟ ଙ୍କୁ ଶ୍ରେଷ୍ଠ ଖେଳାଳୀ ରୂପେ ପୁରସ୍କୃତ କରିଥିଲେ ।ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ,,ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ ଓ ସାଗର ବଳିୟାରସିଂହ ଥିଲାବେଳେ ଆଜିର ଖେଳ କୁ ଚନ୍ଦ୍ରକାନ୍ତ ବିଶ୍ଵାଳ ଏବଂ ତୁଷାରକାନ୍ତ ସୁନ୍ଦରାୟ ପରିଚାଳନା କରି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ କୁ ଓମ ପ୍ରକାଶ ପ୍ରଧାନ,ସଞ୍ଜୀବ ବିଶ୍ୱାଳ,ଆଶୀର୍ବାଦ ସାହୁ, ରଶ୍ମିରଞ୍ଜନ ସାହୁ,ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, ରାଜେଶ ବାରିକ, ଧର୍ମେନ୍ଦ୍ର ବିଶ୍ଵାଳ, ଅରୁଣ ପ୍ରଧାନ ବବୁଲ ପ୍ରଧାନ,ଶିବୁ ସୁନ୍ଦରାୟ,ଜନାର୍ଦ୍ଦନ ବିଶ୍ୱାଳ ଆଦିତ୍ୟ ବିଶ୍ଵାଲ ,ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *