ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଠାରୁ ୧ କୋଟି ୯ ଲକ୍ଷ ସାଇବର ଠକେଇ

                  କୁଜଙ୍ଗରୁ ୩ ଜଣଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୁଲିସ

କୁଜଙ୍ଗ,୦୪/୦୮/୨୦୨୫(ଓଡ଼ିଶା ସମାଚାର)-ପଶ୍ଚିମବଙ୍ଗ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧ କୋଟି ୯ ଲକ୍ଷ ସାଇବର୍ ଠକେଇ ହୋଇଥିବା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ କୁଜଙ୍ଗ ଥାନା ଅଂଚଳରେ ଆଜି ସକାଳୁ ତନାଘନା କରିଛି  ।

ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୩ ଜଣ ଯୁବକକୁ ଉଠାଇ ନେଇଛି ପଶ୍ଚିମବଙ୍ଗ ପୁଲିସ  । ମୁଖ୍ୟ ଅଭିଯୁକ୍ତ କୁଜଙ୍ଗ ଥାନା ଅନ୍ତର୍ଗତ ପାନପଲ୍ଲୀ ଗ୍ରା ମର ଥିବା ବେଳେ ଅନ୍ୟ ୨ ଜଣ ବଳରାମପୁର ଗ୍ରାମର ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ କୁଜଙ୍ଗ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବ ବୋଲି ସ୍ଥାନୀୟ ପୁଲିସ ଠାରୁ ଜଣାପଡ଼ିଛି  ।

Leave a Reply

Your email address will not be published. Required fields are marked *