ଦୂର୍ଘଟଣାରେ ହାତ ହରାଇଥିବା ଶିଶୁ କନ୍ୟାକୁ ସହାୟତାର ହାତ ଵଢେଇଲେ ସାମ୍ବାଦିକ ଓ ସମାଜସେବୀ

କଟକ ସଦର , ୨୦/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୧୮ ତାରିଖ ଦିନ କମିଶନରେଟ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ନୁଆ ବଜାର ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କନ୍ଦରପୁର ଥାନା ଅନ୍ତର୍ଗତ କୋରପଦା ଗ୍ରାମର ମହିଳା ସାରତି ରାଉତଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଵେଳେ ୯ ଵର୍ଷର ଝିଅ ସାଇ ପଲ୍ଲବୀ ରାଉତ ଗୁରୁତର ଆହାତ ହୋଇ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ସ୍ବାମୀ ଦୀପକ ରାଉତ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଵେଳେ ଝିଅଟିର ଡାହାଣ ହାତକୁ କାଟି ଦିଆଯାଇଛି। ସିଏ ଏବେ ସେଣ୍ଟ୍ରାଲ ଆଇସିୟୁରେ ରହିଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସଦରର ବରିଷ୍ଠ ଵିଜେଡି ଯୁବ ନେତା ତଥା କଟକ ଜିଲ୍ଲା ପରିଷଦ ୭ ନମ୍ବର ଯୋନର ପୂର୍ବତନ ସଭ୍ୟ ବିଳାସ ମଲ୍ଲିକ, ଯଶପଡାର ପୂର୍ବତନ ସରପଂଚ ତଥା କିଶନନଗର ସମଵାୟ ସମିତିର ସଭାପତି ବିରଞ୍ଚିନାରାୟଣ ପଣ୍ଡା ଙ୍କ ସମେତ କଟକ ମହାନଗର ନିଗମ ସାମ୍ବାଦିକ ସଂଘ ନୁଆ ଵଜାର ଶାଖାର ସୁକାନ୍ତ ପଣ୍ଡା, ପ୍ରଦୀପ ପତି, ଆନନ୍ଦ ଦାସ, ବଳରାମ ଦାସ ପ୍ରମୁଖ ଆଜି ମଙ୍ଗଳବାର ଦିନ ମେଡ଼ିକାଲ କୁ ଯାଇଁ ଆହତ ଶିଶୁ କନ୍ୟାର ବାପା ଦୀପକ ରାଉତଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ସହାୟତା ଯୋଗାଇ ଶିଶୁଟିର ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *