ଗରଦପୁର ବ୍ଲକ୍ ରେ ଜିଲାପାଳ ଙ୍କ ମିଳିତ ଜନ ଶୁଣାଣି ଶିବିର

ସମୁଦାୟ ୬୭ ରୁ ୬୦ ବ୍ୟକ୍ତିଗତ ୭ ସମୁହ
ଗରଦପୁର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ପରିସରରେ ଜିଲାପାଳଙ୍କ ମିିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆଜି ଶିବିରରେ ସମୁଦାୟ ୬୭ ଟି ଅଭିଯୋଗ ମଧ୍ୟରୁ ୬୦ ଟି ବ୍ୟକ୍ତିଗତ ଥିବାବେଳେ ୭ ଟି ସାମୂହିକ ଅଭିଯୋଗ ଶୁଣାଣି ହୋଇଥିଲା । ତେବେ କଳାବୁଦା ଗ୍ରାମର ଭାଗ୍ୟବତୀ ସାହୁ ଦୀର୍ଘ ଦିନ ଧରି ପ୍ରଧାନ ମନ୍ତ୍ରୀ ଆବସ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ କରିଥିଲେ । ବ୍ଲକ୍ ର ପ୍ରକଶ ପାଇଥିବା ତାଲିକାରେ ତାଙ୍କର ନାମ ଥିବାବେଳେ ଚଂଚକତା କରି ପରେ କାଟି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ । ପାଟକୁରା ଗ୍ରାମର ଚନ୍ଦ୍ରମଣି ସାହୁ ଓ ପ୍ରମିଳା ସାହୁ ପରିଣତ ବୟସରେ ଘରୁ ଚାଲିଯାଇ ନିକଟସ୍ଥ ପନ୍ଦିଆ ଗ୍ରାମର ଏକ ଆଶ୍ରମରେ ରହୁଥିବା ରୁ ତାଙ୍କ ପାରିବାରିକ ସମସ୍ୟା ଦୂର କରିବା ପାଇଁ ସେ ଆପତି କରିଥିଲେ । ସାନ ବେତା୍ର ଗ୍ରାମର ଯୋଗେନ୍ଦ୍ରନାଥ ଜେନା ବର୍ଷେ ହେବ ତାଙ୍କ ଢ଼ିଅ ବାଡ଼ି ପ୍ଲଟ୍ ମାପଚୁପ କରିବା ପାଇଁ ଗରଦପୁର ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାହା ଆଜି ସୁଦ୍ଧା ହୋଇନଥିବାରୁ ଜିଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୁଇ ବର୍ଷ ତଳେ ଚାଉଳିଆ ଗ୍ରାମର ମାନସୀ ମଳିକଙ୍କ ଝିଅ ଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହି ଘଟଣାରେ ପାଟକୁରା ପୋଲିସ ଏକ ମାମଲଶ ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରି ମାନସୀ ମଳିକ ଏସପି ଙ୍କୁ ଗୁହାରୀ କରିଥିଲେ । ସେହିପରି ଗତ ଏକ ବର୍ଷ ହେବ ସୃଜନୀ ସ୍ୱେଛାସେବୀ ସଂସ୍ଥା ଜରିଆରେ ଗରଦପୁର ବ୍ଲକ୍ ର ୫୦ ଜଣ ସ୍ୱେଛାସେବୀ ଙ୍କୁ ୧୧ ଦିନ ଧରି ଆପଦ ମିତ୍ର ତାଲିମ ପ୍ରଦାନ କରାଯାଇଥିଲା । ତେବେ ସେମାନଙ୍କୁ ଜିଲା ଜରୁରୀ କାଳିନ ବିଭାଗ ତରଫରୁ ମିଳିବାକୁ ଥିବା ପ୍ରେତ୍ସାହନ ରାଶି ମିଳିନଥିବାରୁ ଆପଦ ମିତ୍ର ବ୍ଲକ୍ ସଭାପତି ଆଲୋକ ମାହାଳି ଓ ସମ୍ପାଦକ ରଂଜନ ନାୟକ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଉପସ୍ଥିତ ଥିବା ସାଧାରଣ ବିଭାଗର ଏଡ଼ିଏମ ବିତାମ୍ବର ସାମଲ ଜିଲା ଜରୁରୀ କାଳିନ ଅଧିକାରୀଙ୍କୁ କାଲି ସୁଦ୍ଧା ପ୍ରୋତ୍ସାହନ ରାଶି ଦେବାକୁ ନିର୍ଦ୍ଧେଶଦେଇଥିଲେ । ବରହମପୁର ଗ୍ରାମର ଖଗେଶ୍ୱର ବାରିକ ଙ୍କ ବିଦ୍ୟୁତ ବିଲ ରେ ଅଧିକ ବିଲ ଆସି ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ । ଗରଦପୁର ବ୍ଲକ୍ ରେ ନିର୍ମାଣଧିନ ଥିବା ଆଦର୍ଶ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଛାତ୍ର ଅଭିଭାବିକା ମମତା ମଲିକ, ସୁନିତା ଦାସ, ସସ୍ମିତା ପରିଡ଼ା ଅଭିଯୋଗ କରିଥିଲେ । ବଡ଼ବେତ୍ରା ଗ୍ରାମର ଭିନ୍ନକ୍ଷମ ଯୁବକ ପ୍ରଭାତ ଦାସ ପାରିବାରିକ ଦୁସହ ସ୍ଥିତିରେ ଜୀବନ କାଟୁଥିବାରୁ ଅନ୍ତୋଦୟ ଯେଜନାରେ ସାମିଲ ହେବା ପାଇଁ ଆପତି କରିଥିଲେ । ଅଧିକନ୍ତୁ କୋରୁଆ ଗ୍ରାମର ଶରତ ଚନ୍ଦ୍ର ସାହୁ ବହୁ ପୂର୍ବରୁ ଏକ ଇନ୍ଦିରା ଆବାସ ଗୃହ ପାଇଥିଲେ । ସେଥିରେ ଘର କରିବା ସମ୍ଭବ ହୋଇନଥିଲା । ତେବେ ବିଭାଗିୟ ନିର୍ଦ୍ଧେଶରେ ପାଇଥିବା ୧୫ ହଜାର ଟଙ୍କା ଦୁଇ ବର୍ଷ ହେଲାଣି ସରକାରଙ୍କୁ ଫେରସ୍ତ ଦେଇଛନ୍ତି କିନ୍ତୁ ବିଧି ମୁତାବକ ତାଙ୍କୁ ଆଜି ସୁଦ୍ଧା ମିଳିବାକୁ ଥିବା ଇନ୍ଦିରା ଆବାସ ଗୃହ ବ୍ଲକ୍ ର ବିଭାଗିୟ ଅଧିକାରୀଙ୍କ ଚଂଚକତା ପାଇଁ ମିଳିପାରି ନାହିଁ । ବ୍ଲକ୍ ଲିଷ୍ଟରେ ନାଁ ବାହାରିଥିଲେ ବି ହାତ ଗୁଂଜା ଦେଇନଥିବାରୁ ତାଙ୍କ ନାଁକୁ ବାରମ୍ବାର କାଟି ଦିଆଯାଉଥିବା ସେ ଅଭିଯୋଗ କରିଥିଲେ । ସେହିପରି ବରହମପୁର ଗ୍ରାମର ଭିନ୍ନକ୍ଷମ ମହିଳା ଗିତାଂଜଳି ଓଝା ଙ୍କ ନାମ ରାସନ କାର୍ଡ଼ ରୁ ଦେଢ଼ ବର୍ଷ ହେଲାଣି କଟି ଯାଇଛି । ସେ ବାରମ୍ବାର ଆପତି କରିବା ସତ୍ୱେ ତାଙ୍କ କଥା ଶୁଣାଯାଉନଥିବାରୁ ଆଜି ଜନଶୁଣାଣି ଶିବିରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା, ଏଡ଼ିଏମ ସାଧାରଣ ପ୍ରଶାସନ ପିତାମ୍ବର ସାମଲ, ଏଡ଼ତଏମ ରାଜସ୍ୱ ନିଲୁ ମହାପାତ୍ର, ଏସପି ଭି ଯୁଗଳ କିଶୋର , ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ , ତହସିଲଦାର ତୃପ୍ତି ମହାନ୍ତି, ଅଧ୍ୟକ୍ଷ ଅଭୟ ମହାରାଜ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ଏଥିରେ ସିଡ଼ିଏମଓ ଡ଼ ଅନିତା ପଟ୍ଟନାୟକ, ଡ଼େପୁଟି ଏସପି ପ୍ରମୋଦ କୁମାର ମଲିକ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର ଙ୍କ ସମେତ ଲାଇନ ଡ଼ିପାର୍ଟମେଂଟର ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *