ପାଟକୁରା, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି । ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ଥିବା ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୨୦୪୬ ଜଣ ପରୀକ୍ଷାର୍ଥି ମାନେ ପାରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମଳୟ କୁମାର ପାଣଇ ପାଣି ସୂଚନା ଦେଇଛନ୍ତି । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟରେ ପାଟକୁରା ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୫ ଜଣ , ଭଗବାନପୁର ରାଧାରମଣ ହାଇସ୍କୁଲ କେନ୍ଦ୍ରରେ ୧୬୮, ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲ କେନ୍ଦ୍ରରେ ୧୯୨ , ପାଖଡ଼ ହାଇସ୍କୁଲ କେନ୍ଦ୍ରରେ ୧୭୨ , କୋରୁଆ ସରକାରୀ ହାଇସ୍କୁଲ କେନ୍ଦ୍ରରେ ୨୧୩ , କୁଦାନଗରୀ ହାଇସ୍କୁଲ କେନ୍ଦ୍ରରେ ୧୮୬ , ଆଖୁଆ ଓଡ଼ଙ୍ଗ ହାଇସ୍କୁଲ କେନ୍ଦ୍ରରେ ୨୧୪, କେଣ୍ଠ ଜନଶକ୍ତି ହାଇସ୍କୁଲ କେନ୍ଦ୍ରରେ ୨୧୪, କରିଲୋପାଟଣା ଜଇରାମ ହାଇସ୍କୁଲ କେନ୍ଦ୍ରରେ ୧୫୩ , ଅନ୍ତଇ ହାଇସ୍କୁଲ କେନ୍ଦ୍ରରେ ୧୮୬ ଜଣ ଓ ସାରଦା ଏକାଡ଼େମୀ ଛକନା ପରୀକ୍ଷା କେନ୍ଦ୍ରରେ ୧୮୩ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷାଦେବାର ବ୍ୟବସ୍ଥା କରାଯାଇଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି । ଶୃଙ୍ଖଳିତଭାବେ ପରୀକ୍ଷା ପରିଚାଳନା ପାଇଁ ପ୍ରତି ପରୀକ୍ଷା କେନ୍ଦ୍ର ମାନଙ୍କରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି । ପରୀକ୍ଷା ପ୍ରଶ୍ନ ପତ୍ର ଗୁଡ଼ିକ ନୋଡ଼ାଲ ପରୀକ୍ଷା କେନ୍ଦ୍ରରେ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆସନ୍ତା କାଲି ଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ । ସକାଳ ୭.୩୦ ରୁ ୮.୩୦ ମଧ୍ୟରେ ପରୀକ୍ଷାର୍ଥିମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପୂର୍ବାହ୍ନ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଏହି ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ସଂସ୍କୃତ ମଧ୍ୟମା ପରୀକ୍ଷାର୍ଥି ମାନଙ୍କ ପାଇଁ ୩ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇ ୩୮ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ନୋଡ଼ାଲ ସୁପରିଟେଣ୍ଡେଂଟ ଶ୍ରୀ ପାଣି ସୂଚନା ଦେଇଛନ୍ତି । ପାଟକୁରା ହାଇସ୍କୁଲ ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୭ ଜଣ, ତଳକୁସୁମା ଗୋବିନ୍ଦପୁର ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୧ଜଣ ଓ କୋରୁଆ ସରକାରୀ ହାଇସ୍କୁଲ ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୦ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯାଇଛି ।
Related Posts
ଫଜଲହକ୍ ସରକାରୀ ହାଇସ୍କୁଲ ର ୧୯୭୪ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ଗରଦପୁର,୦୩/୧୨/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ର ୧୯୭୪ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍କୁଲ…
ଗଣପତି ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା
କଟକ ସଦର , ୩୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଵମ୍ଵୁରୀ ଠାରେ ଥିବା ଅଗ୍ରଣୀ ଗଣପତି ଶିଶୁ ବିଦ୍ୟା…
ଜେନାପୁରରେ ଅନୁଷ୍ଠିତ ହେଲା ଜୁନିୟର ରକ୍ଷକ କାର୍ଯ୍ୟକ୍ରମ
ଯାଜପୁର ,୦୮/୬/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )-ଯାଜପୁର ଜିଲ୍ଲା ଜେନାପୁରରେ ଅନୁଷ୍ଠିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ସରକାରୀ ଉଚ୍ଚ…
