ପାଟକୁରା, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି । ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ଥିବା ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୨୦୪୬ ଜଣ ପରୀକ୍ଷାର୍ଥି ମାନେ ପାରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମଳୟ କୁମାର ପାଣଇ ପାଣି ସୂଚନା ଦେଇଛନ୍ତି । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟରେ ପାଟକୁରା ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୫ ଜଣ , ଭଗବାନପୁର ରାଧାରମଣ ହାଇସ୍କୁଲ କେନ୍ଦ୍ରରେ ୧୬୮, ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲ କେନ୍ଦ୍ରରେ ୧୯୨ , ପାଖଡ଼ ହାଇସ୍କୁଲ କେନ୍ଦ୍ରରେ ୧୭୨ , କୋରୁଆ ସରକାରୀ ହାଇସ୍କୁଲ କେନ୍ଦ୍ରରେ ୨୧୩ , କୁଦାନଗରୀ ହାଇସ୍କୁଲ କେନ୍ଦ୍ରରେ ୧୮୬ , ଆଖୁଆ ଓଡ଼ଙ୍ଗ ହାଇସ୍କୁଲ କେନ୍ଦ୍ରରେ ୨୧୪, କେଣ୍ଠ ଜନଶକ୍ତି ହାଇସ୍କୁଲ କେନ୍ଦ୍ରରେ ୨୧୪, କରିଲୋପାଟଣା ଜଇରାମ ହାଇସ୍କୁଲ କେନ୍ଦ୍ରରେ ୧୫୩ , ଅନ୍ତଇ ହାଇସ୍କୁଲ କେନ୍ଦ୍ରରେ ୧୮୬ ଜଣ ଓ ସାରଦା ଏକାଡ଼େମୀ ଛକନା ପରୀକ୍ଷା କେନ୍ଦ୍ରରେ ୧୮୩ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷାଦେବାର ବ୍ୟବସ୍ଥା କରାଯାଇଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି । ଶୃଙ୍ଖଳିତଭାବେ ପରୀକ୍ଷା ପରିଚାଳନା ପାଇଁ ପ୍ରତି ପରୀକ୍ଷା କେନ୍ଦ୍ର ମାନଙ୍କରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି । ପରୀକ୍ଷା ପ୍ରଶ୍ନ ପତ୍ର ଗୁଡ଼ିକ ନୋଡ଼ାଲ ପରୀକ୍ଷା କେନ୍ଦ୍ରରେ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆସନ୍ତା କାଲି ଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ । ସକାଳ ୭.୩୦ ରୁ ୮.୩୦ ମଧ୍ୟରେ ପରୀକ୍ଷାର୍ଥିମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପୂର୍ବାହ୍ନ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଏହି ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ସଂସ୍କୃତ ମଧ୍ୟମା ପରୀକ୍ଷାର୍ଥି ମାନଙ୍କ ପାଇଁ ୩ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇ ୩୮ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ନୋଡ଼ାଲ ସୁପରିଟେଣ୍ଡେଂଟ ଶ୍ରୀ ପାଣି ସୂଚନା ଦେଇଛନ୍ତି । ପାଟକୁରା ହାଇସ୍କୁଲ ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୭ ଜଣ, ତଳକୁସୁମା ଗୋବିନ୍ଦପୁର ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୧ଜଣ ଓ କୋରୁଆ ସରକାରୀ ହାଇସ୍କୁଲ ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୧୦ ଜଣ ପରୀକ୍ଷାର୍ଥି ମାନଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯାଇଛି ।
Related Posts

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଯାପିତ
ଜୁନାଗଡ଼,୧୫/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାମିଲ ଶିବିର ଉଦଯାପିତ ହୋଇ ଯାଇଛି । ଏହି…

ନଡ଼ିଆବରାଇ ଉଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା କର୍ମଶାଳା
ଗରଦପୁର, ୦୯/୦୪/୨୦୨୫(ଓଡ଼ିଶା ସମାଚାର)- ନଡ଼ିଆବରାଇ ସରକାରୀ ଉଚ ବିଦ୍ୟାଳୟ ଲାଇବ୍ରେରୀ କକ୍ଷରେ ତ୍ରିଦିବସୀୟ କିଶୋରୀ ବାଳିକା ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର…

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବନ୍ଦେ ଉତ୍କଳ ଜନନୀ ଗାୟନ
ନିରାକାରପୁର,୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବନ୍ଦେ ଉତ୍କଳ ଜନନୀ…