କନ୍ଦରପୁର ଵଜାରରେ ଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ ପରେ ଉଛେଦ କରିବାକୁ ଦାବି କଲା ‘କଟକ ସଦର ଵିଚାର ମଞ୍ଚ’

କଟକ ସଦର , ୨୨/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ-ନୁଆଗାଁ ଜାତୀୟ ରାଜପଥ ଓ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ସର୍ଵ ପୁରାତନ ତ୍ରିଛକି କନ୍ଦରପୁର ବଜାରରେ ଏବେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଵଜାରରେ ସ୍ଥିତିବାନ ଜମି ଉପରେ ଥିବା ଦୋକାନ ଘର ପାଇଁ  ଉଛେଦ ପୂର୍ବରୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଥିବା ବେଳେ ଶହ ଶହ ବର୍ଷ ଧରି ସରକାରୀ ଜମି ଉପରେ ଶତାଧିକ କ୍ଷୁଦ୍ର ଵ୍ୟଵସାୟ କରୁଥିବା ଵ୍ୟଵସାୟୀ ଙ୍କ କଥାକୁ ଵିଚାର କୁ ନିଆଯାଇନାହିଁ। ଏଥିପାଇଁ ଏହାର ପ୍ରତିବାଦ କରି ଉଛେଦ ପୂର୍ବରୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ଥଇଥାନ ର ଵ୍ୟଵ୍ୟସ୍ଥା କରିବାକୁ ‘କଟକ ସଦର ଵିଚାର ମଞ୍ଚ’ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ରାଜ୍ୟ ପ୍ରଶାସନ ଉଦେଶ୍ୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଏଥିସହିତ କନ୍ଦରପୁର ଵଜାର କମିଟି ପକ୍ଷରୁ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ମଧ୍ୟ ବିଧାୟକ ଙ୍କୁ ଦାବି ପତ୍ର ଦେଇଛନ୍ତି। ଉକ୍ତ ସମସ୍ୟା ର ସମାଧାନ ପାଇଁ ବିଧାୟକ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *