ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ 

ବାଲିଗୁଡା,୨୧/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠାନିକ ଭାବେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଅତିଥି ଭାବେ ବଡ଼ଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଉପ-ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ପାତ୍ର, ସୁଡୁରା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ  ସୁଶାନ୍ତ କୁମାର ସାହୁ, ଗଟାଙ୍ଗୀ ସରକାରୀ ଆଶ୍ରମ ବିଦ୍ୟାଳୟ ର ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ  ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ଶିଶୁଙ୍କ ଉଦ୍ଦେଶ୍ୟ ରେ ବିଜ୍ଞାନର ମହତ୍ୱ ତଥା ଉପକାରିତା ବିଷୟରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ମେଳାରେ ୮୦ ଟି ପ୍ରକଳ୍ପର ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଦୀପକ କୁମାର ମୁଖୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଦେବିଡ ଦିଗଲ ଧନ୍ୟବାଦ ଦେଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ଅଭିଭାବକ ଅଭିଭାବିକାଙ୍କ ସହଯୋଗରେ ଉକ୍ତ ଉତ୍ସବଟି ସଫଳତାର ସହ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *