ରାଉତରାପୁର ଶ୍ରୀ ରାମ ଚରିତ ମାନସ – ଧନୁ ଭଙ୍ଗ ଓ ଶ୍ରୀ ରାମଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ନିରାକାରପୁର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା  ରାଉତରାପୁର  ଶ୍ରୀ ମାନସ ପରିଷଦ ପକ୍ଷରୁ ଚାଲିଥିବା  ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣର ଆଜି ତୃତୀୟ ଦିବସରେ ଶିବ ଧନୁ ଭଙ୍ଗ ଓ ଶ୍ରୀ ରାମଚନ୍ଦ୍ରଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି  ବିବାହ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ଉତ୍ସବ ପାଳନ କରିଥିଲେ।ବିବାହ ମଣ୍ଡପରେ ଘଣ୍ଟ ଘଣ୍ଟା ଘଣ୍ଟି ସହିତ ଅତାସବାଜି ପ୍ରଦର୍ଶନ କରାଯାଇଥିଲା। ଭକ୍ତ ମାନେ ଭୋଜିଭାତ ଆସରରେ ଭାଗ ନେଇ ସ୍ଵାଦିଷ୍ଟ ଭୋଜନ ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ଏଠାରେ   ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ୧୯ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ସମାପ୍ତି ହେବ। ଏହି ଅବସରରେ ଦୈନଦିନ ସନ୍ଧ୍ୟାରେ ସୁନାମ ଧନ୍ୟ ପ୍ରବଚକ ମାନଙ୍କ ଦ୍ଵାରା ରାମ କଥା ପରିବେଷଣ କରାଯାଉଛି।

Leave a Reply

Your email address will not be published. Required fields are marked *