ଶିଶୁ ବିଦ୍ୟାମନ୍ଦିରରେ ଗଣିତ ଦିବସ ଅନୁଷ୍ଠିତ

ନିଆଳୀ, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ବଢିଆସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ଶକ୍ତି ପ୍ରକାଶ ଦାସ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ କୁଞ୍ଜବିହାରୀ ମହାନ୍ତି ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଦ୍ୱିଜବର ମହାପାତ୍ର ଯୋଗଦେଇଥିଲେ । ଶିଶୁମାନଙ୍କ ଗଣିତ ପ୍ରଶ୍ନୋତ୍ତର, ଶ୍ରୀ ନିବାସ ରାମାନୁଜଙ୍କ ଜୀବନୀ କଥନ,ଅନୁମାନ ମାପ, ଗଣିତରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କର ଫଟୋଚିତ୍ର ପ୍ରଦର୍ଶନୀ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ ସଫଳ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ହୋଇଥିବା ଶିଶୁମାନଙ୍କ ଗଣିତ ହାଟକୁ ଅତିଥିମାନେ ଫିତାକାଟି ଉଦଘାଟନ କରିଥିବା ବେଳେ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *