ଲକ୍ଷ୍ମୀପୁର ୦୬/୦୬/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ତରଫରୁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି ପ୍ରତିଯୋଗିତାରେ ଲକ୍ଷ୍ମୀପୁର ବ୍ଲକ ସଦରର ପ୍ରାୟ ଅଠର ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବଡ଼ ଉତ୍ସାହ ର ସହ ଅଂଶଗ୍ରହଣ କରିଥିବା ବେଳେ କାଣିମୂଷାର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ, କୁସୁମଗୁଡା ମାଠାକୁରାଣୀ ଗୋଷ୍ଠୀ ଦ୍ୱିତୀୟ ଓ ବୈଷ୍ଣଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ପ୍ରଥମ ସ୍ଥାନ ପାଇଥିବା ମା’ମଙ୍ଗଳା ଗୃପ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଜଣା ପଡିଛି ।
