ରେଳଧାରଣା ଅତିକ୍ରମ କରି ଅମଳ ଧାନ ଖାଇ ନଷ୍ଟ କଲେ ୧୮ ହାତୀ

ନିରାକାରପୁର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ଦୀର୍ଘ ବର୍ଷ ଧରି ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀ ଆଉ ଫେରିବାକୁ ଚାହୁଁ ନାହାନ୍ତି। ଧିରେ ଧିରେ ସେମାନେ ସେମାନଙ୍କ ବଂଶ ବିସ୍ତାର କରି ଟାଙ୍ଗୀ ଓ ରଣପୁର , ଖୋର୍ଦ୍ଧା ବନାଞ୍ଚଳ ରେ ଉପଦ୍ରବ କରୁଛନ୍ତି। ଫଳରେ ଜନବସତି ଅଂଚଳରେ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଗତକାଲି ବିଳମ୍ବିତ ରାତିରେ ୧୮ ଟି ହାତୀ ହରିପୁର ରେଳ ଧାରଣା ଅତିକ୍ରମ କରି କଣାସ ବ୍ଲକର ଗଡଖାରଦ ଦୁଃଶାସନ ସାହୁ ଙ୍କ ଖଳା ବାଡିରୁ ୩୫ବସ୍ତା ଧାନ ଖାଇ ନଷ୍ଟ କରିଛନ୍ତି। ପରେ ବନ କର୍ମଚାରୀମାନେ ଖବର ପାଇ ଆଜି ସକାଳୁ ପୁନର୍ବାର ରେଳ ଧାରଣ ଅତିକ୍ରମ କରି ଭୂଷଣ୍ଡପୁର ଅଞ୍ଚଳକୁ ଛାଡିଛନ୍ତି। ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଚାଷୀ ଜଣଙ୍କ ବିଭାଗୀୟ ଅଧିକାରୀ ଙ୍କୁ ନିବେଦନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *