କଟକ ସଦର, ୦୬/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ ସର୍ବପୁରାତନ କନ୍ଦରପୁର ବଜାର ଉଛେଦ ହେବାକୁ ଥିବା କଣ୍ଟ ପୁରିବା ଆଗରୁ ଜିଲ୍ଲା
ପ୍ରଶାସନର ନିର୍ଦେଶନାମା କୁ ସମ୍ମାନ ଜଣାଇ ସ୍ୱତଃ ପ୍ରୁତ ଭାବେ ଦୋକାନ ଘର ସବୁକୁ ଭାଙ୍ଗି ଦେଇ ଦୋକାନୀ ମାନେ ଉଦାହରଣ ସୃଷ୍ଟି କରିଥିବା ଜଣାପଡିଛି। ଆଜି (ସୋମବାର ଦିନ) ଉଛେଦ
ହେବାକୁ କଣ୍ଟ ପୁରିବାର ଶେଷ ଦିନ ହୋଇଥିବାରୁ ପ୍ରଶାସନ ର ନାଁ ଥିଲା ପୋଲିସ ଵଳ, ନାଁ ଥିଲା ଜେସିଵି ମେସିନ, ନାଁ ଥିଲା ଵଳ ପ୍ରୟୋଗ। ଏଥିପାଇଁ ବଜାର ଉଛେଦ ପ୍ରକ୍ରିୟା ସାରିବାକୁ ଆସିଥିବା କଟକ ସଦର ତହସିଲଦାର ସୁଜୟ କୁମାର ପତି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରି ଫେରି ଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ କଟକ-ନୂଆଗାଁ ଜାତୀୟ ରାଜପଥର ଉନ୍ନତି କରଣ ପାଇଁ କନ୍ଦରପୁର ବଜାରରେ ଥିବା ସ୍ଥାୟୀ ଅସ୍ଥାୟୀ ଦୋକାନ ସବୁକୁ ଉଛେଦ କରିବାକୁ ଦୀର୍ଘ ଦିନ ହେଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ହେଲେ ସ୍ଥିତିବାନ ଜମି ଉପରେ ଥିବା ଦୋକାନ ଘର ପାଇଁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା ବେଳେ ସରକାରୀ ଜମି ଉପରେ ବର୍ଷ ବର୍ଷ ଧରି ଦୋକାନ ଘର କରି ଗୁଜୁରାଣ ମେଣ୍ଟାଉଥିଵା କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଜୀବନ ଜୀବିକା ପ୍ରତି ପ୍ରଶାସନ ଅଣଦେଖା କରିଥିବା କୁ ନେଇ ଅସନ୍ତୋଷ ଦେଖାଦେଇଛି।ଏ ସମ୍ପର୍କରେ ଉଛେଦ ସ୍ଥଳରେ ଉପସ୍ଥିତ ଥିବା ତହସିଲଦାର ଜିଲ୍ଲାପାଳଙ୍କ ନିକଟରେ କ୍ଷତିଗ୍ରସ୍ତ ଦୋକାନୀଙ୍କ ବାବଦରେ ଉପସ୍ଥାପନ କରି ଵ୍ୟଵ୍ୟସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ କ୍ଷୁଦ୍ର ବ୍ୟବସାୟୀ ଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।
ଶ୍ରୀହୀନ ହେଲା ସର୍ବପୁରାତନ କନ୍ଦରପୁର ବଜାର,କଣ୍ଟ ପୁରିବା ପୂର୍ବରୁ ସ୍ୱତଃ ପ୍ରୁତ ଭାବେ ଦୋକାନ ଘର ଭାଙ୍ଗିଦେଲେ ଦୋକାନୀ
