ଜଗତସିଂହପୁର,୨୦/୧୧/୨୦୨୬(ଓଡ଼ିଶା ସମାଚାର)–ଏରସମା ବ୍ଲକ ଅନ୍ତର୍ଗତ ଧନୁହରବେଲାରୀ ସ୍ଥିତ ମହାମହିମ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅଧାରୁ ପାଠପଢ଼ା ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କୁ କିପରି ପୁନର୍ବାର ନାମଲେଖା ଯାଇପାରିବ, ବାଲ୍ୟବିବାହ ରୋକାଯାଇପାରିବ, ସୁରକ୍ଷିତ ବଚ୍ଚପନ, ନାଲସାର ଶିଶୁ-ଅନୁକୂଳ ଯୋଜନା, ଡନ୍ ଯୋଜନା ଓ ଶିଶୁ ଚାଲାଣ ନିରୋଧ ଯୋଜନା ସମ୍ପର୍କିତ ଆଇନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ- ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଚିବ ତାଙ୍କ ବକ୍ତବ୍ୟରେ ଅଧାରୁ ପାଠପଢ଼ା ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କୁ କିପରି ପୁନର୍ବାର ବିଦ୍ୟାଳରେ ନାମଲେଖା ଯାଇପାରିବ ଏହି ବିଷୟରେ ସଚେତନତା କରାଇବା ସହ ସମାଜରେ ଘଟୁଥିବା ବାଲ୍ୟବିବାହକୁ କିପରି ରୋକାଯାଇପାରିବ ଏହି ବିଷୟରେ ପୁଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ତତ୍ ସହିତ ନାଲସାର ଶିଶୁ-ଅନୁକୂଳ ଯୋଜନା, ନିଶା ସେବନ ରୋକିବା ପାଇଁ ଡନ୍ ଯୋଜନା ଓ ଶିଶୁ ଚାଲାଣ ନିରୋଧ ଯୋଜନା ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
-୦-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
