କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ୩ ଦିନ ଛୁଟି

କେନ୍ଦ୍ରାପଡ଼ା, ୧୮/୧୧/୨୦୨୬ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ‘ଆକବାନ’କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆସନ୍ତା ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ । ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଏବଂ ଜିଲା ପ୍ରଶାସନର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକୁ ଏହି ୩ ଦିନ ବନ୍ଦ ରଖାଯାଇଥିବା ନେଇ ଜିଲାପାଳ ରଘୁରାମ ଆର. ଆୟର ନିର୍ଦେଶ ଦେଇଥିବା ଜିଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ସୂଚନା ଦେଇଛନ୍ତି ।ବାତ୍ୟା ସମୟରେ କୌଣସି ଅଘଟଣ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

ଏହି ସମୟ ମଧ୍ୟରେ ପିଲାମାନଙ୍କୁ ଘର ଭିତରେ ସୁରକ୍ଷିତ ରଖିବା ସହ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତୀ ସମୟରେ ଛୁଟି ବୃଦ୍ଧି କରାଯିବା ନେଇ ଆବଶ୍ୟକ ପଡ଼ିଲେ ଯଥାସମୟରେ ସୂଚନା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ବେଳେ କେତେକ ବିଦ୍ୟାଳୟ କୋଠାକୁ ଆବଶ୍ୟକ ସ୍ଥଳେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଚିହ୍ନଟ କରାଯାଇଛି । ତେଣୁ ବିଦ୍ୟାଳୟ କର୍ତୃପକ୍ଷ ଓ ଶିକ୍ଷକମାନେ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି । ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନିକ ନିର୍ଦଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ସତର୍କ ଓ ସଚେତନ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *