କଟକ ସଦର,୧୮/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ କମିଶନରେଟ ବିଡାନାସୀ ଥାନାରେ କାର୍ଯ୍ୟରତ ବିବାଦୀୟ ଥାନା ଅଧିକାରୀ ଅସିତ୍ କୁମାର ବଳବନ୍ତରାୟଙ୍କର ସାଇବର ଥାନାକୁ ବଦଳି କରାଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ବଳବନ୍ତରାୟ ଗତ ଦୂର୍ଗା ପୂଜା ଭସାଣି ସମୟରେ ଜନୈକ ବ୍ୟକ୍ତିଙ୍କୁ ଵିନା ଦୋଷରେ ସର୍ଵସମ୍ମୁଖରେ ମାଡମାରି ବିବାଦକୁ ଆସିଥିଲେ। ଏଥିପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଵା ସହିତ ଡିସିପି ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉକ୍ତ ଥାନାକୁ ଚାଉଳିଆଗଞ୍ଜ ଥାନାରେ ଅତିରିକ୍ତ ଆଇଆଇସି ଥିବା ସୂର୍ଯ୍ୟକାନ୍ତ ସେଠୀ ଙ୍କୁ ବଦଳି କରାଯାଇଥିବା ଜଣାପଡିଛି।
ବଦଳିଲେ ବିଡାନାସୀ ଥାନାର ବିବାଦୀୟ ଥାନା ଅଧିକାରୀ
