ନେତା ତଥା ଅଭିନେତା ଶ୍ରୀତମ ଦାସଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

କଟକ, ୧୮/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ମହାନଗର ନିଗମ  ଅନ୍ତର୍ଗତ ୨୯ ନମ୍ବର ୱାର୍ଡର ଝାଞ୍ଜିରମଙ୍ଗଳାଠାରେ ବିଜେପିର ବରିଷ୍ଠ ନେତା ତଥା ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସଙ୍କ ଜନ୍ମଦିନ ବେଶ୍ ଉତ୍ସାହ ଏବଂ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି।

ବିଜେପିର ଯୁବନେତା ନେତା  ସରୋଜ କୁମାର ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଅଭିନେତା ଶ୍ରୀତମ ଦାସ  ଝାଞ୍ଜିର ମଙ୍ଗଳାର ଆରାଧ୍ୟା ଦେଵୀ ମା’ ଝାଞ୍ଜିର ମଙ୍ଗଳାଙ୍କ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାପାଠ କରିବା ସହ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ହିରଣ୍ମୟ ରାଜ,ହର ପ୍ରସନ୍ନ ଦାସ, ସଭାପତି ସାରଦା ଭାଇ, ସନ୍ତୋଷ ରାଉତ, ପିଣ୍ଟୁ ମାହାର ଜିଲ୍ଲ ଭାଇ, ଚନ୍ଦନ ରାଜ,ବାପୁ ରାଜ, ଚାନ୍ଦ ରାଜ,ବୁନୁ ସ୍ୱାଇଁ,ଶୀତୁଆ ପୈଟାଲ  ପ୍ରମୁଖଙ୍କ ସମେତ ଶତାଧିକ ଉତ୍ସାହୀ କର୍ମୀ ଏବଂ ଝାଞ୍ଜିରମଙ୍ଗଳା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରୀତମ ଦାସଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏହି ଜନ୍ମଦିନ ଉତ୍ସବ ଏକ ମିଳନ ମହୋତ୍ସବର ରୂପ ନେଇଥିଲା। ସର୍ବଶେଷରେ ବିଜେପି ନେତା ତଥା ଚଳଚ୍ଚିତ୍ର ଅଭିନେତା ଵୁଢୀ ମଙ୍ଗଳା ମନ୍ଦିରର ଶୁଭ ଦେଇଥିଲେ।

Leave a Reply

Your email address will not be published. Required fields are marked *