ଯାଜପୁର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର)- ବରୀ ଅରଙ୍ଗାବାଦ୍ ଚତର ଠାରେ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚାରିଟେବୁଲ ଟ୍ରଷ୍ଟ ଏବଂ ବରୀ ଅଞ୍ଚଳର ଅଗ୍ରଣୀ ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ର ମିଳିତ ଆନୁକୁଲ୍ୟରେ , ଅଗ୍ରଣୀ ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଏସ୍ ବି ଏଲ୍ ପ୍ରାଇଭେଟ୍ ଲିମିଟେଡ଼, ଆଲ୍ଲେନ୍ ହୋମିଓ ଲାବ୍ରୋଟରୀ ହାଇଦ୍ରାବାଦ୍ ଏବଂ ହାପ୍ରୋ ହୋମିଓ-କେମିକାଲ୍ ପ୍ରାଇଭେଟ୍ ଲିମିଟେଡ଼ ସହଯୋଗ ରେ ଏକ ମାଗଣା ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।
ବରୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଯୁଧିଷ୍ଠିର ତ୍ରିପାଠୀ ଙ୍କ ଏକବିଂଶ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ବିଶିଷ୍ଟ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ବର୍ଗତ ତ୍ରିପାଠୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟ ରେ ସମାଜସେବା କ୍ଷେତ୍ରରେ ଚିକିତ୍ସକ ଙ୍କ ଭୂମିକା ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିନା ଔଷଧ ପ୍ରୟୋଗରେ କେଉଁ ଭଳି ଭାବରେ ଜଣେ ସୁସ୍ଥ ରହିପାରିବ ସେ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଯୁଧିଷ୍ଠିର ତ୍ରିପାଠୀ ଙ୍କ ତ୍ରିପାଠୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନୀରବ ପ୍ରାର୍ଥନା ଏବଂ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।
ଏହି ଆଲୋଚନା ଚକ୍ରରେ ଭାଗନେଇ ଶିକ୍ଷାବିତ୍ ଶ୍ରୀ କୁଞ୍ଜବିହାରୀ ଦାଶ ଆଧ୍ୟାତ୍ମିକତା ର ପ୍ରୟୋଗ, ଦୈନଦିନ ବ୍ୟାୟାମ,ସୁ ବିଚାର, ସଦାଚାରି ଖାଦ୍ୟ, ଶ୍ରମ ଯୁକ୍ତ ବିଶ୍ରାମ ନିରାମୟତା ପ୍ରାପ୍ତି କରିଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଶିବିରର ଆବାହକ ଯୁବ ସମାଜସେବୀ ଡ଼ଃ ବିଶ୍ଵନାଥ ତ୍ରିପାଠୀ ସକାରାତ୍ମକ ଚିନ୍ତା ଧାରା କର୍ମ ତତ୍ପର ଏବଂ ବିଷାଦମୁକ୍ତ ମାନସିକତା ପ୍ରତ୍ୟେକ ମଣିଷକୁ ନିରାମୟତା ରଖିଥାଏ ବୋଲି ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଭାବେ ମଦନ ମୋହନ ପତି ସ୍ବର୍ଗତ ତ୍ରିପାଠୀଙ୍କ ଜୀବନ ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ସ୍ତମ୍ଭାକାର ଅମୂଲ୍ୟ କୁମାର ପଣ୍ଡା , ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର ସଭାପତି ଗୟାଧର ଦାସ,ବରିଷ୍ଠ କଳାକାର ସୋମନାଥ ଦ୍ବିବେଦୀ, ସମାଜସେବୀ ଅଜୟ କୁମାର ସାହୁ, ସଞ୍ଜୟ କୁମାର ପାଢ଼ୀ,ଟ୍ରଷ୍ଟର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ, ପ୍ରିତିରଞ୍ଜନ ଭାରତୀ, ସ୍ଵୟଂ ସମ୍ପୂର୍ଣ୍ଣା ତ୍ରିପାଠୀ ପ୍ରଭୃତି ଯୋଗଦେଇ ଏହି ଆଲୋଚନା ଚକ୍ରରେ ନିଜସ୍ଵ ମତ ରଖିଥିଲେ। ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଟି ସକାଳ ୯ଘ. ଠାରୁ ଆରମ୍ଭ ହୋଇ ଡ଼ଃ ଗୋବିନ୍ଦ ସାହୁ, ଡ଼ଃ ଦେବଦତ୍ତ ଜେନା, ଡ଼ଃ ପାର୍ଥସାରଥୀ ରାଉତରାୟ, ଡ଼ଃ ଆଲବର୍ଟ ମହାନ୍ତି , ଡ଼ଃ ବିଶ୍ଵନାଥ ତ୍ରିପାଠୀ ,ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ, ହରପ୍ରସାଦ ପଣ୍ଡା ୧୧୯ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ବିନା ମୂଲ୍ୟରେ ହୋମିଓପ୍ୟାଥିକ ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ତ୍ରିପାଠୀ, ଜ୍ୟୋତିରଞ୍ଜନ ତ୍ରିପାଠୀ,ପ୍ରଦୋଷ କୁମାର ପ୍ରଧାନ, ଶିବ ପ୍ରସାଦ ସାହୁ,ଗଣେଶ ଚନ୍ଦ୍ର ନାଥ,ପ୍ରତିଭା ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ। ଜାଭିୟର ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।