କଟକ ସଦର ଵ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ,୭୩ ଅଭିଯୋଗ ପଞ୍ଜିକୃତ

କଟକ ସଦର,୨୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକରେ ଆଜି ସୋମବାର ଦିନ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ କମିଶନରେଟ ଡିସିପି ଡି ରିଶିକେଶ ଖିଲାରି, କଟକ ଗ୍ରାମାଞ୍ଚଳ ଏସପି ପ୍ରତିକ୍ ସିଂହ, କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, କଟକ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ହୋତା, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ସଦର ଵିଡିଓ ପ୍ରତୀକ କୁମାର ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ।

ଏଥିରେ ୭୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକ ର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ କେତେକ ଦିଵ୍ୟାଙ୍ଗଙ୍କୁ ଜିଲ୍ଲାପାଳ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ପରିଚାଳନା ରେ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍ ଙ୍କ ସମେତ ଵ୍ଲକର ସମସ୍ତ ଷ୍ଟାପ୍ ସହାୟତା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କ,ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ୍ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *