ଯୋକପାଣି ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

ପାଲଲହଡା, ୧୫/୦୨/୨୦୨୪ (ଓଡ଼ିଶା ସମାଚାର)-ପାଲଲହଡା ଉପଖଣ୍ଡ ର ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଯୋକପାଣି ଗ୍ରାମ ରେ ଦିବ୍ୟ ଜନନୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସିୟ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ରମେଶ ପ୍ରଧାନ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ବସନ୍ତ ପ୍ରଧାନ, ରୋହିତାଶ୍ୱ ଦାସ,ରଞ୍ଜନ ବାରିକ ଉପସ୍ଥିତ ଥିଲେ । ସର୍ବ ମୋଟ ଆଠ ଟି ଦଳ କୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସ୍ଥାନ କେନ୍ଦୁଝର ଜିଲ୍ଲା ଭୀମକାଣ୍ଡ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଅନୁଗୁଳ ଜିଲ୍ଲା ଝିମିରିପାଲି ବିଜେତା ହୋଇଥିଲେ । ଚମ୍ପିୟାନ ଏବଂ ରନର୍ସପ ଦଳ କୁ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳ କୁ ମୁଖ୍ୟ ରେଫରୀ ବାବୁଲା ପ୍ରଧାନ, ରାକେଶ ଦାସ, ଉତ୍କଳ ପ୍ରଧାନ, ଦୋଳ ବାରିକ, ପରିଚାଳନା କରିଥିଲେ । ଦିବ୍ୟ ଜନନୀ ଯୁବକ ସଂଘ ର ସନୁ, ତପନ, ରାଜୁ ପରମେଶ୍ୱର, ଭୋଲେଶ୍ଵର ଦେବେନ୍ଦ୍ର, ସନାତନ, ଲୁଲୁ, ବାଦଲ,ରଞ୍ଜୁ, ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *