କଟକ ସଦର, ୨୪/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ- ୨ ରେ ପଢୁଥିବା ପାଞ୍ଚଜଣ ଛାତ୍ର ଆଜି ବୁଧବାର ଦିନ ଚୈ।ଦ୍ୱ।ର ସ୍ଥିତ ଡୁମୁଡୁମାଣୀ ବୁଲିବାକୁ ଯାଇଥିବା ବେଳେ ମଙ୍ଗରାଜପୁର ଡୁମାଣୀ ଡ୍ୟାମରେ ଦୁଇଜଣ ଛାତ୍ର ଭାସିଯାଇ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତିନି ଜଣ ଭାସିଯାଇ ଥିବା ବେଳେ ଜଣକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମୃତକ ଦୁଇଜଣଙ୍କୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇ ପୋଲିସ ଦୂର୍ଘଟଣାର ତଦନ୍ତ କରୁଛି। ଏଥିପାଇଁ ଘଟଣା ସ୍ଥଳରେ ଓ କଲେଜରେ ଶୋକରେ ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ କଲେଜକୁ ପାଠପଢିବାକୁ ଯାଇଁ କେଉଁ ପରିସ୍ଥିତିରେ ଛାତ୍ରମାନେ ଡୁମଡୁମାଣୀ ଵୁଲିଵାକୁ ଗଲେ ତାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଚି ବୋଲି ସାଧାରଣରେ ଦାବି ହେଉଛି।
ଡୁମାଣୀ ଡ଼୍ୟାମ ରେ ଭାସିଯାଇ ଦୁଇ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ, ଶୋକରେ ଛାୟା
